ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ପତ୍ନୀ ମେଲାନିୟା, ଓ ପରିବାର ସଦସ୍ୟଙ୍କ ସହ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଗୁଜରାଟର ଅହମଦାବାଦରେ ଆସି ପହଞ୍ଚି ସାରିଛନ୍ତି ଡ଼ୋନାଲ୍ଡ ଟ୍ରମ୍ପ । ଏହି ଅବସରରେ ତାଙ୍କ ପାଇଁ ବିଶେଷ ଖାଦ୍ୟପେୟର ଆୟୋଜନ କରାଯାଇଛି। ଗୁଜୁରାଟର ଅଦମ୍ମଦାବାଦରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ସାବରମତୀ ଆଶ୍ରମ ଯିବା ସହ ସେଠାରେ ହିଁ ସେ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବାର ଦାୟିତ୍ୱ ରୋଷେୟା ସୁରେଶ ଖନ୍ନାଙ୍କୁ ଦିଆଯାଇଛି। ସୁରେଶ ଖନ୍ନା ଫରଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲର ରୋଷେୟା ଭାବେ କାର୍ଯ୍ୟ କରନ୍ତି। ଆମେରିକା ରାଷ୍ଟ୍ରପତି, ତାଙ୍କ ପତ୍ନୀ ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଭୋଜନ ପ୍ରସ୍ତୁତ କରୁଛନ୍ତି ବୋଲି ସେ ଖୁବ ଉତ୍ସାହିତ ଅଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି, କାରଣ ଖାଦ୍ୟ ମଧ୍ୟରେ ବିଶେଷ ଗୁଜରାଟୀ ଖାଦ୍ୟପେୟର ଆୟୋଜନ କରାଯାଇଛି। ଫରଚ୍ୟୁନ ସିଗନେଚର କୁକିଜ୍, ନାୟଲୋନ ଖମନ ଢ଼ୋକଲା, ବ୍ରୋକୋଲି ଓ କର୍ଣ୍ଣ ସିଙ୍ଗଡ଼ା, ଡ଼ାଲଚିନି ସେଓ ଫ୍ରାଏ।
ଏହାସହ ସୁରେଶ ଖନ୍ନା କହିଛନ୍ତି , ସ୍ୱତନ୍ତ୍ର ଅଦା ଓ ମସଲା ଚା’ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଖୁବ ପସନ୍ଦ। ସମସ୍ତ ଖାଦ୍ୟଦ୍ରବ୍ୟ ନିରାମିଷ ହେବା ସହ ଗୁଜୁରାଟୀ ଢଙ୍ଗରେ ଖାଦ୍ୟ ପରଷା ଯିବ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତିଥି ଚର୍ଚ୍ଚା: ଗୁଜରାଟୀ ଢଙ୍ଗରେ ପରଷା ଯିବ ମସଲା ଚା’, ମକା ସିଙ୍ଗଡ଼ା
Popular Categories



