www.samajalive.in
Wednesday, December 10, 2025
16.1 C
Bhubaneswar

ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ମୁହଁରେ ବାନ୍ଧିବେ ବନାରସୀ ଗାମୁଛା !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିକାଲି ମାସ୍କ ବଦଳରେ ମୁହଁରେ ଗାମୁଛା ବାନ୍ଧି ବାହାରୁଥିବା ଦେଖିବାକୁ ମିଳୁଛି । ମାତ୍ର ଆମେରିକାରେ କରୋନା ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବା ସତ୍ବେ ରାଷ୍ଟ୍ରପତି ଟ୍ରମ୍ପ ମାସ୍କ ପିନ୍ଧୁ ନାହାନ୍ତି । ତେଣୁ  ତାଙ୍କୁ ମୁହଁରେ ଗାମୁଛା ବାନ୍ଧିବାକୁ ପରାମର୍ଶ ଦେଇଛନ୍ତି ବାରଣାସୀର କିଛି ଡ଼ାକ୍ତର । ଖାଲି ସେତିକି ନୁହେଁ ବାରଣାସୀ (ବନାରସ)ର କିଛି ଡ଼ାକ୍ତର ଏକ ବନାରସୀ ଗାମୁଛାକୁ ଟ୍ରମ୍ପଙ୍କ ନିକଟକୁ ପଠାଇଛନ୍ତି। କୋରୋନାରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ଏହି ଗାମୁଛା ପିନ୍ଧିବାକୁ ପଡ଼ିବ ବୋଲି ଗାମୁଛା ସହ ଏକ ଚିଠି ମଧ୍ୟ ପଠାଇଛନ୍ତି ।

ବାରଣାସୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର । କୋରୋନାରୁ ବର୍ତ୍ତିବା ପାଇଁ ପ୍ରଧାନମନ୍ତ୍ରୀ ମୁହଁରେ ଗାମୁଛା ବାନ୍ଧିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ । ବାରଣାସୀର ଜଣେ ଡାକ୍ତର ଉତ୍ତମ ଓଝା କହିଥିଲେ ଗାମୁଛା ବନାରସର ଏକ ପରମ୍ପରାଗତ ବସ୍ତ୍ର ଓ ଏହାକୁ ବାରଣାସୀ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରିଥାନ୍ତି ।ସେ ଆହୁରି ମଧ୍ୟ କହିଥିଲେ କି, ଆମେରିକାର ରାଷ୍ଟ୍ରପତି ଏହାକୁ ଏକ ସକରାତ୍ମକ ମନୋଭାବ ସହିତ ବ୍ୟବହାର କରନ୍ତୁ । ଡାକ୍ତର ଓଝା ଦିଲ୍ଲୀରେ ଥିବା ଆମେରିକା ଦୂତାବାସ ମାଧ୍ୟମରେ ଏହି ଗାମୁଛାକୁ ଟ୍ରମ୍ପଙ୍କ ନିକଟକୁ ପଠାଇଛନ୍ତି। ଏହି ଗାମୁଛାକୁ ପାର୍ସଲ ସ୍ପିଡ଼ ପୋଷ୍ଟ ମାଧ୍ୟମରେ ବାରଣାସୀରୁ ପଠାଯାଇଥିବା ଜଣାପଡ଼ିଛି । ଡାକ୍ତର ଉତ୍ତମ ଓଝା ଆହୁରି ମଧ୍ୟ କହିଛନ୍ତି କି, ସେ ନିଜେ ମଧ୍ୟ ଏହି ଗାମୁଛାକୁ ବ୍ୟବହାର କରୁଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଅନ୍ୟ ଲୋକମାନଙ୍କୁ ମଧ୍ୟ ଏହାକୁ ବ୍ୟବହାର କରିବାକୁ କହୁଛନ୍ତି।

Hot this week

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

Related Articles

Popular Categories