www.samajalive.in
Wednesday, December 10, 2025
26.1 C
Bhubaneswar

… କିନ୍ତୁ ସମସ୍ତଙ୍କ ଲୋଭ ପୂରଣ ପାଇଁ ପୃଥିବୀ ଯଥେଷ୍ଟ ନୁହେଁ

ସମାଜ ପୋର୍ଟାଲ ଡେସ୍କ: ଆଜି ପୃଥିବୀ ଦିବସ ପାଳନ କରାଯାଉଛି। ପରିବେଶର ସୁରକ୍ଷା ପାଇଁ ବିଶ୍ୱବ୍ୟାପୀ ସମର୍ଥନ ସଂଗ୍ରହ ଲକ୍ଷ୍ୟରେ ଏହି ଦିବସର ପାଳନ କରାଯାଉଛି। ୧୯୫୯ ମସିହାରେ ୟୁନେସ୍କୋ ସମ୍ମିଳନୀରେ ପୃଥିବୀ ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା ଓ ୧୯୭୦ ମସିହାରେ ପ୍ରଥମ ପୃଥିବୀ ଦିବସ ପାଳିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୃଥିବୀ ଦିବସ ଅବସରରେ ବିଶ୍ୱବାସୀଙ୍କୁ ପରିବେଶର ସୁରକ୍ଷା ଦିଗରେ ଅବଦାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଟ୍ୱିଟ୍‍ କରି ମୋଦୀ କହିଛନ୍ତି ଏକ ସ୍ୱଚ୍ଛ, ସୁସ୍ଥ ତଥା ସମୃଦ୍ଧ ବିଶ୍ୱ ଗଠନ ଦିଗରେ ଲୋକମାନେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବା ଉଚିତ। କୋଭିଡ୍‍-୧୯ର ମୁକାବିଲାରେ ଯେଉଁମାନେ ସମ୍ମୁଖରେ ରହି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସେ ଅଭିବାଦନ ଜଣାଇଛନ୍ତି।

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପୃଥିବୀର ମୂଲ୍ୟବାନ ସଂପଦଗୁଡ଼ିକର ସଂରକ୍ଷଣ କରି ଏହାର ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ବିଶ୍ୱ ପୃଥିବୀ ଦିବସ ଅବସରରେ ତାଙ୍କର ବାର୍ତ୍ତା ଦେଇ ନାଇଡୁ କହିଛନ୍ତି କୋଭିଡ୍‍-୧୯ର ମୁକାବିଲା ସମୟରେ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହେଉଥିବାରୁ ଲୋକମାନେ ଏ କ୍ଷେତ୍ରରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି। ପୃଥିବୀକୁ ଆହୁରି ଅଧିକ ସୁରକ୍ଷିତ ରଖିବା ଓ ଏଥିସହିତ ଏହାର ବିକାଶ ପାଇଁ ଉଦ୍ୟମରେ ସନ୍ତୁଳନତା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଛନ୍ତି।

- Advertisement -

ପରିବେଶ ମନ୍ତ୍ରୀ ପ୍ରକାଶ ଜାୱଡ଼େକର ପୃଥିବୀ ଦିବସ ଅବସରରେ ଜନସାଧାରଣଙ୍କୁ ଲୋଭ ଭାବରୁ ମୁକ୍ତ ରହି ଏକ ଉତ୍ତମ ଜୀବନଶୈଳୀ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଟ୍ୱିଟରରେ ଏକ ଭିଡ଼ିଓ ଚିତ୍ର ପଠାଇ ଜାୱଡେକର କହିଛନ୍ତି, ପରିବେଶକୁ ସଂପୂର୍ଣ୍ଣରୂପେ ସୁହାଉଥିବା ଭାରତୀୟ ଜୀବନଶୈଳୀ ଆଗକୁ ଅଗ୍ରସର ହେବାରେ ଦୃଷ୍ଟାନ୍ତ ହୋଇପାରିଛି। ସେ କହିଛନ୍ତି ଏହାର ଚାହିଦା କମ୍‍ କରିଦେଲେ ଏହା ଅର୍ଥନୀତିକୁ କ୍ଷତି ପହଞ୍ଚାଇବ ବୋଲି କିଛି ଲୋକ ବିଶ୍ୱାସ କରୁଛନ୍ତି, ଯାହା ଠିକ୍‍ ନୁହେଁ। ସେ କହିଛନ୍ତି କିଛି ପଦାର୍ଥର ବ୍ୟବହାର କମ୍‍ କରିବା ଅର୍ଥ ହେଉଛି ଅନ୍ୟକିଛି ପଦାର୍ଥର ବ୍ୟବହାର କରିବା, ଯାହା ଏ କ୍ଷେତ୍ରରେ ସମାନତା ଆଣିପାରିବ। ଜାୱଡେକର କହିଛନ୍ତି ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣା ସାମାଜିକ ନ୍ୟାୟ ବିନା ଏକ ଦେଶ ଏଭଳି ଏକ ସଂକଟର ଫଳପ୍ରଦ ମୁକାବିଲା କରିପାରିବ ନାହିଁ ବୋଲି ସନ୍ଦେଶ ଦେଇଛି। ସେ କହିଛନ୍ତି ପୃଥିବୀ ଦିବସରେ ଲୋକମାନେ କୌଣସି ଦୁର୍ନୀତି ନ କରିବାକୁ ସଂକଳ୍ପବଦ୍ଧ ହେବା ଉଚିତ। ସେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଏକ ଉକ୍ତିକୁ ସେ ଉଦ୍ଧାର କରିଛନ୍ତି। ଗାନ୍ଧିଜୀ ତାଙ୍କର ଏକ ସନ୍ଦେଶରେ କହିଥିଲେ ‘ସମସ୍ତଙ୍କର ଆବଶ୍ୟକତାର ପୂରଣ ପାଇଁ ପୃଥିବୀ ଯଥେଷ୍ଟ କିନ୍ତୁ ସମସ୍ତଙ୍କର ଲୋଭର ପୂରଣ ପାଇଁ ପୃଥିବୀ ଯଥେଷ୍ଟ ନୁହେଁ।’

Hot this week

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

Related Articles

Popular Categories