www.samajalive.in
Wednesday, December 10, 2025
26.1 C
Bhubaneswar

ଯୁବକଙ୍କ ମାଡ଼ରେ ଶିକ୍ଷକଙ୍କ ମୃତ୍ୟୁ

ଲାଞ୍ଜିଗଡ : କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଜଣେ ଯୁବକଙ୍କ ଶକ୍ତ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।  ଧକ୍କା ମାରିଥିବା ଯୁବକଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲ ଧବଳେଶ୍ୱର ବେହେରା ।

ସୂଚନା ଅନୁଯାୟୀ,  ଲାଞ୍ଜିଗଡ ସହରର ପାତ୍ରପଡାର ଚକ୍ରଧର ପ୍ରଧାନୀସନ୍ଧ୍ୟା ସମୟରେ ନିଜ ଦୋକାନ ସାମ୍ନାରେ ଛିଡା ହୋଇଥିବା ବେଳେ ଶାନ୍ତିନଗରପଡାର ଧବଳେଶ୍ୱର ବେହେରାଙ୍କ ସହିତ ପାଟିତୁଣ୍ଡ ହୋଇଥିଲା । ଧବଳେଶ୍ୱର ଉକ୍ତତ୍ୟ ହୋଇ ଚକ୍ରଧରକୁ ଏକ ଶକ୍ତ ଧକ୍କା ମାରି ଦୌଡି ପଳାଇଥିଲା । ଚକ୍ରଧରଙ୍କ ସ୍ତ୍ରୀ ବାସନ୍ତି ପ୍ରଧାନୀ ଓ ତାଙ୍କ ଶାଶୁ ଲଳିତା ପ୍ରଧାନୀ ଚକ୍ରଧର ଅଚେତ ଅବସ୍ଥାରେ ପଡିଯାଇଥିବା ଦେଖି ସାଙ୍ଗେ ସାଙ୍ଗେ ଲାଞ୍ଜିଗଡ ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଘଟଣା ଘଟିବା ପରେ ଚକ୍ରଧରର ସ୍ତ୍ରୀ ବାସନ୍ତି ପ୍ରଧାନୀ ତାଙ୍କ ସ୍ୱାମୀଙ୍କୁ ଧବଳେଶ୍ୱର ମାରିଦେଇଥିବା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି କେସିଙ୍ଗା ଏସଡିପିଓ ଗୁପ୍ତେଶ୍ୱର ଭୋଇ ଓ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ଘଟଣା ସ୍ଥଳକୁ ଯାଇ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୁଲିସ ମାମଲା ରୁଜୁକରି ଅଭିଯୁକ୍ତ ଧବଳେଶ୍ୱର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରାଯଇଥିବା ଥାନାଧିକାରୀ ଶ୍ରୀଯୁକ୍ତ ପାତ୍ର ପ୍ରକାଶ କରିଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories