www.samajalive.in
Monday, December 15, 2025
15.1 C
Bhubaneswar

ଟ୍ରକ ପଛକୁ ଧକ୍କା ଦେଲା ଟ୍ରକ: ୨ ଗୁରୁତର

ଅମର୍ଦ୍ଦାରୋଡ଼ : ରୂପସା ଥାନା ୧୬ ନମ୍ବର ଜାତୀୟ ରାଜପଥର ମିରିଗିମୁଣ୍ତୀ ଛକ ନିକଟରେ ଚଳନ୍ତା ଟ୍ରକର ପଛକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାରୁ କ୍ୟାବିନରେ ଚାପି ହୋଇ ଚାଳକ ସମେତ ଖଲାସୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଶନିବାର କାଠ ବୋଝେଇ ଟ୍ରକ (ଡ଼ବ୍ଲ୍ୟୁବି ୨୯ବି ୭୪୦୦)ର ପଛରେ ଅନ୍ୟ ଏକ କାଜୁ ବୋଝେଇ ଟ୍ରକ (ଓଡ଼ି ୦୫ବିକେ ୯୨୧୬) ଆଗପଛ ହୋଇ ବାଲେଶ୍ବର ପଟୁ କଲକାତା ଅଭିମୁଖେ ଯାଉଥିଲେ।

ଏହି ସମୟରେ ମିରିଗିମୁଣ୍ତୀ ଛକ ନିକଟରେ ସାମନା ଟ୍ରକଟି ହଠାତ୍ ବ୍ରେକ ମାରିବାରୁ ପଛରେ ଥିବା ଟ୍ରକ(ଓଡ଼ି ୦୫ବିକେ ୯୨୧୬)ଟି ସାମନା ଟ୍ରକର ପଛକୁ ଜୋରରେ ଧକ୍କା ଦେଇଥିଲା। ଫଳରେ ଟ୍ରକଟିର କ୍ୟାବିନ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଥିବା ବେଳେ ଚାଳକ ଓ ଖଲାସୀ ଭିତରେ ଚାପି ହୋଇ ରହିଯାଇଥିଲେ।

- Advertisement -

ଖବର ପାଇ ବସ୍ତା ଦମକଳ ବାହିନୀ, ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଏବଂ ରୂପସା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ବୀତ କରିଥିଲେ। ହାଇଡ଼୍ରୋଲିକ ଗ୍ୟାସ୍ କଟରରେ ଟ୍ରକର କ୍ୟାବିନକୁ କାଟି ଦୀର୍ଘ ୧ ଘଣ୍ଟା ପରେ ଦୁଇ ଜଣଙ୍କୁ ଟ୍ରକ ଭିତରୁ ଉଦ୍ଧାର ପରେ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ରୂପସା ଥାନା ପୁଲିସ ଟ୍ରକ ଦୁଇଟିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories