ହାଇଦରାବାଦ : ତେଲଙ୍ଗାନା ରାଷ୍ଟ୍ରୀୟ ସମିତି ସାଂସଦ ଡ. ଶ୍ରୀନିବାସଙ୍କ ପୁଅ ସଂଞ୍ଜୟଙ୍କୁ ନିଜାମାବାଦରେ ନିଜ କଲେଜର ୧୨ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ଗିରଫ କରାଯାଇଛି ବୋଲି ସୋମବାର ପୁଲିସ୍ ପ୍ରକାଶ କରିଛି। ସଞ୍ଜୟଙ୍କୁ ରବିବାର ପଚରାଉଚୁରା ପାଇଁ ଡକାଯାଇଥିଲା। ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ପୁଲିସ୍ ତାଙ୍କୁ ହାଜର ହେବା ପାଇଁ ସମନ କରିଥିଲା। ଏହାପରେ ସେ ପୁଲିସ୍ ନିକଟରେ ହାଜର ହୋଇଥିଲେ। ଉତ୍ତରରେ ତାଳମେଳ ନ ରହିବାରୁ ପୁଲିସ୍ ସଞ୍ଜୟଙ୍କୁ ଗିରଫ କରି ସୋମବାର କୋର୍ଟରେ ହାଜର କରାଇଥିଲା। କୋର୍ଟ ତାଙ୍କୁ ଅଗଷ୍ଟ ୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ସଞ୍ଜୟଙ୍କ ବିରୋଧରେ ୧୨ ଜଣ କଲେଜ ଛାତ୍ରୀ କଲେଜ ପରିସରରେ ଅସଦ ବ୍ୟବହାର କରିବା ଓ ଅନ୍ୟ ସ୍ଥାନରେ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ୍ ଭାରତୀୟ ପିଙ୍ଗଳ କୋର୍ଡ ଧାରାରେ ମାମଲା ରୁଜୁ କରିଛି।
Popular Categories



