ଟ୍ରାଏମ୍ଫ ନିଜ ବାଇକକୁ କଲା ଅଧିକ ସୁନ୍ଦର, ଗ୍ରାହକଙ୍କ ପାଇଁ ଆଣିଲା ନୂଆ ରଙ୍ଗ

ନୂଆଦିଲ୍ଲୀ : ଟ୍ରାଏମ୍ଫ ମୋଟରସାଇକେଲ ଇଣ୍ଡିଆ ନିଜ ରୋଡଷ୍ଟର୍ସ, ଷ୍ଟ୍ରିଟ୍ ଟ୍ରିପଲ ଆର୍ ଏବଂ ଷ୍ଟ୍ରିଟ୍ ଟ୍ରିପଲ ଆରଏସର ନୂଆ ରଙ୍ଗର ବିକଳ୍ପ ନେଇଆସିଛି । ଟ୍ରାଏମ୍ଫ ଷ୍ଟ୍ରିଟ୍ ଟ୍ରିପଲ ଆରକୁ ୨ଟି ନୂଆ ରଙ୍ଗ ମ୍ୟାଟ୍ ଅରେଞ୍ଜ ଏବଂ ପ୍ୟୋର ହ୍ବାଇଟରେ କିଣିପାରିବେ ଗ୍ରାହକ । ଅରେଞ୍ଜ କଲର ଏକ ବୋଲ୍ଡ କଲର । ଏହାର ଏକ୍ସ ଶୋରୁମ୍ ଦାମ୍ ୧୦.୪୩ ଲକ୍ଷ ଟଙ୍କା । ଅନ୍ୟପଟେ ଧଳା ରଙ୍ଗର ବାଇକର ଦାମ୍ ୧୦.୧୭ ଲକ୍ଷ ଟଙ୍କା ।

ଷ୍ଟ୍ରିଟ୍ ଟ୍ରିପଲ ଆର ବହୁତ ସୁନ୍ଦର ନଜର ଆସୁଛି । ଷ୍ଟ୍ରିଟ୍ ଟ୍ରିପଲ ଆରଏସରେ ନୂଆ ଫାଣ୍ଟମ ବ୍ଲାକ୍ ରଙ୍ଗ ମିଳିବ । ହଳଦିଆ ରଙ୍ଗର ଗ୍ରାଫିକ୍ସ ଏଥିରେ ନଜର ଆସୁଛି । ଏହି ରଙ୍ଗ ସହିତ ବାଇକର ଏକ୍ସ-ଶୋରୁମ୍ ଦାମ୍ ୧୨.୦୭ ଲକ୍ଷ ଟଙ୍କା ହୋଇଯାଇଛି । କାର୍ନିଭାଲ ରେଡ୍ ଏବଂ କସ୍ମିକ୍ ୟେଲୋର ଦାମ୍ ମଧ୍ୟ ୧୨.୦୭ ଲକ୍ଷ ଟଙ୍କା ରହିଛି । ତେବେ ସିଲଭର ଆଇସ ରଙ୍ଗର ଦାମ୍ ୩୦ ହଜାର ଟଙ୍କା ଶସ୍ତା ରଖିଛି କମ୍ପାନୀ ।

ଦେଖନ୍ତୁ ଭିଡିଓ.. ରାଜଧାନୀରେ ପାଣି ପାଇଁ ହାହାକାର ; ପାଣି ଟ୍ୟାଙ୍କର ଦେଖିବା କ୍ଷଣି ଏମିତି କଲେ..

ଟ୍ରାଏମ୍ଫ ଷ୍ଟ୍ରିଟ୍ ଟ୍ରିପଲ ଆର ନିଜ ସେଗମେଣ୍ଟର ପପୁଲାର ବାଇକ୍ । ଏଥିରେ ୭୬୫ ସିସି, ଅନଲାଇନ୍ ଟ୍ରିପଲ ଇଞ୍ଜିନ ରହିଛି ଯାହା ୧୧,୫୦୦ ଆରପିଏମରେ ୧୧୮.୪ ବିଏଚପି ଏବଂ ୯୫୦୦ ଆରପିଏମରେ ୮୦ ଏନଏମ ଟର୍କ ଉତ୍ପନ କରିଥାଏ । ଷ୍ଟ୍ରିଟ୍ ଟ୍ରିପଲ ଆରଏସର ଇଞ୍ଜିନ ୧୨ ହଜାର ଆରପିଏମରେ ୧୨୮.୨ ବିଏଚପି ଉତ୍ପନ କରିଥାଏ କିନ୍ତୁ ପିକ୍ ଟର୍କ ସମାନ ରହିଥାଏ । ସେହିଭଳି ଟାଇଗର ୮୫୦ ସ୍ପୋର୍ଟକୁ ମଧ୍ୟ ୨ଟି ନୂଆ ରଙ୍ଗରେ ଆଣିଛି କମ୍ପାନୀ । ଦାମ୍ କଥା କହିବା ତ ଏହାର ଦାମ୍ ୧୧.୯୫ ଲକ୍ଷ ଟଙ୍କା ରଖିଛି କମ୍ପାନୀ।

Comments are closed.