www.samajalive.in
Friday, December 5, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ.. ରାଜଧାନୀରେ ପାଣି ପାଇଁ ହାହାକାର ; ପାଣି ଟ୍ୟାଙ୍କର ଦେଖିବା କ୍ଷଣି ଏମିତି କଲେ..

ନୂଆଦିଲ୍ଲୀ: ପାଣି ପାଇଁ ଡହଳବିକଳ ରାଜଧାନୀ ବାସୀ। ଉତ୍ତର ଓ ମଧ୍ୟ ଭାରତର କେତେକ ଅଞ୍ଚଳରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ବର୍ଷ ବର୍ଷର ରେକର୍ଡ ଭାଙ୍ଗୁଛି। ଅଂଶୁଘାତ ପାଇଁ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଦେଶର ରାଜଧାନୀରେ ଅସହ୍ୟ ଗରମ ସହ ପାଣି ପାଇଁ ଲୋକେ ନାନାଦି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀର ଅନେକ ସ୍ଥାନରେ ଭୟଙ୍କର ଜଳ ସଙ୍କଟ ପରିସ୍ଥିତି ଦେଖାଦେଇଛି। କେତେକ ସ୍ଥାନରେ ଲୋକେ ପାଣି ଟ୍ୟାଙ୍କର ଦେଖି ତା’ପଛରେ ବାଲତି, ଗରା, ପାଇପ ନେଇ ଦୌଡୁଥିବା ଏକ ଭିଡିଓରେ ଦେଖାଯାଉଛି। ପାଣି ଟ୍ୟାଙ୍କର ଦେଖିବା ମାତ୍ରେ ଲୋକେ ତା’ଉପରେ ଚଢି ମଧ୍ୟ ଯାଉଛନ୍ତି। ଲୋକେ ଲମ୍ବା ଲମ୍ବା ଧାଡି କରି ପାଣି ପାଇଁ ଠିଆ ହୋଇ ରହିଛନ୍ତି। ଏହି ଜଳ ସଙ୍କଟ ପାଇଁ ଗୁରୁବାର ଦିଲ୍ଲୀ ସରକାର ଜରୁରୀ ବୈଠକ ମଧ୍ୟ ଡାକିଥିଲେ। ଏହାସହ ପାଣି ନଷ୍ଟ କଲେ ଜୋରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି। ଦିଲ୍ଲୀର କେତେକ ସ୍ଥାନରେ ପାଣି ଟ୍ୟାଙ୍କରରୁ ପାଣି ନେବା ପାଇଁ ଅସହ୍ୟ ଖରାରେ ଧାଡିରେ ଠିଆ ହେଉଥିବା ବେଳେ କିଛି ସ୍ଥାନରେ ପାଣି ପାଇଁ ରାତିରୁ ଧାଡି କରି ଠିଆ ହେଉଛନ୍ତି।

ଜଳ ସଙ୍କଟକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି, ଚଳିତ ବର୍ଷ ସାରା ଦେଶରେ ଅସହ୍ୟ ଗରମ, ଖରା ପାଇଁ ସାରା ଦେଶରେ ପାଣି ଓ ବିଜୁଳି ସମସ୍ୟା ଦେଖାଦେଇଛି। ଫଳରେ ପାଣି ଆବଶ୍ୟକତା ଅଧିକ ବୃଦ୍ଧି ପାଇଛି।

ଜଳୁଛି ପଶ୍ଚିମ ଓଡିଶା ;ସମ୍ବଲପୁର ତାପମାତ୍ରା ୪୫.୨ଡିଗ୍ରୀ

- Advertisement -

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories