www.samajalive.in
Saturday, December 6, 2025
16.1 C
Bhubaneswar

ବର୍ଷକୁ ୫୦ ଲକ୍ଷରୁ ଅଧିକ ଗାଡି ବିକ୍ରି କରିବ ଟାଟା ମୋଟର୍ସ, କରୁଛି ଯୋଜନା

ନୂଆଦିଲ୍ଲୀ : ଦେଶରେ ମାରୁତି ସୁଜୁକି ଏବଂ ହ୍ୟୁଣ୍ଡାଇ କାର୍ ପରେ ଟାଟା ମୋଟର୍ସର ସବୁଠାରୁ ଅଧିକ ଗାଡି ବିକ୍ରି ହୁଏ । ଟାଟା ଗ୍ରୁପର ଅଟୋ କମ୍ପାନୀ ଟାଟା ମୋଟର୍ସର କାରକୁ ସୁରକ୍ଷା ଏବଂ ଫିଚର୍ସ ଯୋଗୁଁ ବହୁତ ପସନ୍ଦ କରାଯାଏ । ନିକଟରେ ଇଲେକ୍ଟ୍ରିକ୍ ଗାଡି ପ୍ରତି ଲୋକଙ୍କ ବଢୁଥିବା ଚାହିଦା ଦେଖି ଟାଟା ମୋଟର୍ସ ନିଜ ଇଭି ପୋର୍ଟଫୋଲିଓରେ ମଧ୍ୟ ସୁଧାର କରିଛି ଏବଂ ୪ ପେଟ୍ରୋଲ କାରର ଇଲେକ୍ଟ୍ରିକ୍ ଭେରିଏଣ୍ଟ ମଧ୍ୟ ବଜାରକୁ ଆଣିଛି । ଏବେ ଆହୁରି ଅଧିକ ବିକ୍ରି ବଢିବା ନେଇ କମ୍ପାନୀ ଆଶା ରଖିଛି । ଆଗାମୀ କିଛି ବର୍ଷରେ ବାର୍ଷିକ ୫୦ ଲକ୍ଷ ଗାଡି ବିକ୍ରି କରିବା ନେଇ ଯୋଜନା ରଖିଥିବା କମ୍ପାନୀ ସୂଚନା ଦେଇଛି ।

ଟାଟା ଗ୍ରୁପର ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନ୍ କହିଛନ୍ତି କି ଘରୋଇ ଯାତ୍ରୀବାହୀ ଗାଡି ଆଗାମୀ କିଛି ବର୍ଷରେ ବର୍ଷକୁ ୫୦ ଲକ୍ଷ ଲେଖାଏଁ ବିକ୍ରି ହେବା ନେଇ ଯୋଜନା ରଖାଯାଇଛି ଏବଂ ଏଥିପାଇଁ ପଦକ୍ଷେପ ନିଆଯାଉଛି । ଗତ ବର୍ଷ ଏହି ସଂଖ୍ୟା ୪୧ ଲକ୍ଷ ଥିଲା । ଏଥିସହ କମ୍ପାନୀ ସ୍ମାର୍ଟ ମୋବିଲିଟି ଉପରେ ମଧ୍ୟ ଧ୍ୟାନ ଦେଉଛି ।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories