ବିଜେପି ପକ୍ଷରୁ ତ୍ରିରଙ୍ଗା ବିକ୍ରୟ ଆରମ୍ଭ
ନବରଙ୍ଗପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍ୱାଧୀନତାର ୭୫ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ “ହରଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଜିଲା ବିଜେପି ସଭାପତି ଜଗଦୀଶ ବିଷୋୟୀଙ୍କ ନେତୃତ୍ବରେ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖସ୍ଥ ୪ ନମ୍ବର ଷ୍ଟଲଠାରେ ତ୍ରିରଙ୍ଗା ପତାକା ବିକ୍ରୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ ବରିଷ୍ଠ ବିଜେପି ନେତା ଝାଡେଶ୍ୱର ଖାଡଙ୍ଗା ଆନୁଷ୍ଠାନିକ ଭାବେ ପତାକା କ୍ରୟ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ପୌରାଧ୍ୟକ୍ଷ କୁନୁ ନାୟକ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଦାସ, ସୁନୀତା ପାଢୀ, ଶୁଭମ ଚୌଧୁରୀ, ସୁବ୍ରତ ମିଶ୍ର, ଶ୍ରୀଧର ପାତ୍ର, କାଉନସିଲର ଏ.ସତୀଶ, ମମତା ମହାରଣା, ବାବୁନା, ଜିଲା ମିଡିଆ ପ୍ରଭାରି ଦେବଦାସ ମହାଙ୍କୁଡ ତଥା ଅନ୍ୟାନ୍ୟ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
Comments are closed.