www.samajalive.in
Monday, December 15, 2025
14.1 C
Bhubaneswar

 ନେତାଜୀଙ୍କ ଜୟନ୍ତୀ ରେ ପୋର୍ଟ ବ୍ଲେୟରରେ ଶ୍ରଦ୍ଧାଞ୍ଜଳୀ 

 

ପୋର୍ଟ ବ୍ଲେୟର:  ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶ ବିଦେଶରେ ଆଜି ପାଳିତ ହୋଇଛି। ସେହି ମହାନ ଜନନାୟକଙ୍କୁ ଓଡ଼ିଶା ମାଟିର ପୁଅ ସତ୍ୟ ସୁତାର ପ୍ରତିବର୍ଷ ଭଳି ଏ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଚଳିତ ବର୍ଷ ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ପୋର୍ଟ ବ୍ଲେୟାରଠାରେ ସକାଳ ୬ଟାରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

- Advertisement -

ଗତ ବର୍ଷ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ସତ୍ୟ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ l ସୁଭାଷ ବୋଷ ଚନ୍ଦ୍ର ବୋଷ ରୟାଲ ହୋଟେଲରେ ପାଖାପାଖି ତିନି ମାସ ରହି ସେଠାରେ ଥିବା ଏକ ପଡିଆରେ ଇଣ୍ଡିଆନ ନ୍ୟାସନାଲ ଆର୍ମିକୁ ଟ୍ରେନିଂ ଦେଉଥିଲେ l ସେଥିପାଇଁ ଗତ ବର୍ଷ ସେଠାରେ ସତ୍ୟ ସୂତାର ମହାନ ଜନନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ସେହିପରି ୨୦୨୨ରେ ଭିଏତନାମର ଶାଇଗନ୍ ରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

ସୂଚନା ଅନୁଯାଇ, ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଯିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲାଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତକୁ ସ୍ୱାଧୀନ କରିବା ପାଇଁ ଯାଇଥିଲେ, ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ଯାଇ ଶ୍ରଦ୍ଧାଞ୍ଜଳୀ ଜଣାଇବା ପାଇ ଚିନ୍ତା କରିଥିଲେ। ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶ ଗୁଡିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳୀ ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣେଇବା ପାଇଁ ୨୦୨୨ରୁ ସେ ବିଦେଶ ମାଟିରେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories