www.samajalive.in
Saturday, December 6, 2025
26.1 C
Bhubaneswar

ସହିଦ୍‍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କଳାପଥର : ବାଙ୍କୀ ବ୍ଳକ କଳାପଥର-ଧଳାପଥର ଯୁବ ସମାଜ, ବାଙ୍କୀ ପ୍ରେସକ୍ଳବ, ଦିଶା କ୍ଳବ ବୈଦ୍ୟେଶ୍ୱର, ଆଞ୍ଚଳିକ ସମାଜସେବୀ ଅନୁଷ୍ଠାନ କଳାପଥର ତରଫରୁ ରବିବାର ସଂଧ୍ୟାରେ କାଶ୍ମୀରର ପୁଲୱ।।ମା ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମହମବତୀ ଶୋଭାଯାତ୍ରା କରିଥିଲେ। ଧଳାପଥର ଛକ ,କଳାପଥର ମେଡିକାଲ ଛକ , ଗୋଲେଇଛକ, କଳାପଥର ବସ୍‍ ଷ୍ଟାଣ୍ଡ, ଦୁର୍ଗାବଜାର ପରିକ୍ରମାକରି କଳାପଥର ସ୍ଥିତ କପିଳେଶ୍ୱର ଶୈବପିଠ ଠାରେ୨ ମିନିଟ୍‍ ନିରବ ପ୍ରାର୍ଥନା କରିଥିଲେ। ଯୁବ ନେତା ନରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭାରେ ଇଣ୍ଡୋ ତିବତିଆନ ବର୍ଡର ପୁଲିସ୍‍ କର୍ମ୍ମଚାରୀ ରାକେଶ କୁମାର ସାହୁ, ମୁକେଶ କୁମାର ସାହୁ, ସୋମ୍ୟ ରଞ୍ଜନ ମହାପାତ୍ର, ଜଗନ୍ନାଥ ସାହୁ , ଆଇନଜିବି ରଞ୍ଜିତି ତ୍ରୀପାଠି, ସୁବାସ ନାୟକ, ଶୁଶାନ୍ତ କୁମାର ପଣ୍ଡା, ସ୍ୱରାଜ କୁମାର ସାହୁ, ମନୋଜ କୁମାର ସାହୁ, ପଦ୍ମନାଭ ମିଶ୍ର, ମନୋଜ ମଲ୍ଲୀକ , ଚୈତନ୍ୟ ବେହେରା, ପ୍ରଶାନ୍ତ କୁମାର ସାହୁ, ଶୁଶାନ୍ତ କୁମାର ସ୍ୱାଇଁ, ସମିର କୁମାର ସାହୁ, ଜିତେନ କୁମାର ସାହୁ, ସାମ୍ବାଦିକ ମାନସ ରଞ୍ଜନ ସାହୁ ପ୍ରମୁଖ ଶତାଧିକ ଯୁବକ ଉପସ୍ଥିତ ଥିଲେ। ସେହିପରି ଧଳାପଥର ପଞ୍ଚାୟତ ଠଣାପଲ୍ଲୀ ମିଳିତ ଯୁବକ ସଂଘ ଓ ବାଲୁଙ୍କେଶ୍ୱର ଯୁବ କଳା ପରିଷଦ ସଭାପତି ନବକିଶୋର ମହାରଣାଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ସେହିପରି ବୈଦ୍ୟେଶ୍ୱର ଅଗ୍ରଣୀ କ୍ରିଡା ଅନୁଷ୍ଠାନ ତରଫରୁ ସଂଧ୍ୟାରେ ବଜାର ପରିକ୍ରମା କରି ବୈଦ୍ୟନାଥ ଶୈବପିଠରେ କ୍ଳବ ସଂମ୍ପାଦକ ଶୁବିତ୍‍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ଳବର ସମସ୍ତ ସଦସ୍ୟ ଯୋଗଦେଇ ନିରବ ପାର୍ଥନା କରିବା ସହ ସହିଦ୍‍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories