ଜୟପୁର : ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ସହିଦଙ୍କ ଗୌରବ ଗାଥା। ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ଏହା କହିଛନ୍ତି। ଜମ୍ମୁ-କଶ୍ମୀରର ପୁଲୱାମା ଆତଙ୍କବାଦୀ ଆକ୍ରମଣ ସଂପର୍କରେ ନିଜର ପ୍ରତିକ୍ରିୟାରେ ସେ ଏହା କହିଛନ୍ତି। ଏହି ଘଟଣାକୁ ସେ ନିନ୍ଦା କରିବା ସହିତ ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟ ସରକାର ସ୍କୁଲ ପାଠ୍ୟକ୍ରମରେ ସହିଦଙ୍କ ବୀରତ୍ୱ ଏବଂ ଗୌରବର ଗାଥାକୁ ସ୍ଥାନିତ କରିବେ ବୋଲି କହିଛନ୍ତି। ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ତଥା ଅନ୍ୟ ସହିଦଙ୍କ ସମ୍ବନ୍ଧରେ କିଭଳି ତଥ୍ୟ ସ୍ଥାନ ପାଇବ ଏବଂ ତାହାର ସ୍ୱରୂପ କି ପ୍ରକାରର ହେବ ସେ ନେଇ ପାଠ୍ୟକ୍ରମ ସମିତି ସ୍ଥିର କରିବ। ଶ୍ରୀ ଡୋଟାସରା କହିଛନ୍ତି ସରକାରଙ୍କ ଉଦ୍ଦେଶ୍ୟ ହେଉଛି ପିଲାମାନେ ଏହା ଦ୍ୱାରା ସହିଦଙ୍କ ବୀରତ୍ୱ ଓ ସାହସ ବିଷୟରେ ଅବଗତ ହେବେ ଏବଂ ତାହା ସେମାନଙ୍କୁ ପ୍ରେରଣା ଦେବ।
Popular Categories



