www.samajalive.in
Saturday, December 6, 2025
14.1 C
Bhubaneswar

ଲାଲା ଲଜପତ ରାୟଙ୍କ ପୁଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଭାରତର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କର ଆଜି ତିରୋଧାନ ଦିବସ । ତାଙ୍କର ପୁଣ୍ୟତିଥିରେ ଦେଶର ବହୁ ରାଜନୀତିଜ୍ଞ, ବ୍ୟକ୍ତିବିଶେଷ ତାଙ୍କ ଆତ୍ମା ପ୍ରତି ଗଭୀର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିବା ଏହି ମହାନ କ୍ରାନ୍ତିକାରୀ ଏବଂ ପ୍ରଖର ରାଷ୍ଟ୍ରବାଦୀ ବ୍ୟକ୍ତିତ୍ୱ ଏକଦା କହିଥିଲେ, ବ୍ରିଟିଶ ସରକାରଙ୍କ ପକ୍ଷରୁ ତାଙ୍କ ଶରୀରରେ ଦିଆଯାଉଥିବା ପ୍ରତ୍ୟେକ ଲାଠି ମାଡ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଗୋଟିଏ ଗୋଟିଏ ଶକ୍ତ କଣ୍ଟା ଭଳି କାମ କରିବ । ସାଇମନ କମିଶନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଲାଲାଜୀ ଆଜୀବନ ବ୍ରିଟିଶ ରାଜଶକ୍ତିର ସାମନା କରି ପ୍ରାଣବଳି ଦେଇଥିଲେ । ତାଙ୍କ ଜୀବଦ୍ଦଶାରେ ସେ ଦେଶ ମାତୃକାର ସେବା ନିମନ୍ତେ ଦେଶବାସୀଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ୧୯୨୧ରେ ଲୋକସେବକ ମଣ୍ଡଳ ଗଠନ କରିଥିଲେ । ତାଙ୍କର ପୁଣ୍ୟ ତିଥିକୁ ବଳିଦାନ ଦିବସ ଭାବରେ ପାଳନ କରାଯାଉଥିବାବେଳେ କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ହରିଆଣାର ଖେଳ ମନ୍ତ୍ରୀ ସନ୍ଦୀପ ସିଂହ, କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ପଞ୍ଜାବର ବହୁ ରାଜନେତା ତାଙ୍କର ସ୍ମୃତିଚାରଣ କରିବା ସହିତ ଶ୍ରର୍ଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଲୋକସେବକ ମଣ୍ଡଳ ଏବଂ ‘ସମାଜ’ ପରିବାର ପକ୍ଷରୁ ମଧ୍ୟ ଲାଲାଜୀଙ୍କ ବଳିଦାନ ଦିବସରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories