www.samajalive.in
Saturday, December 6, 2025
14.1 C
Bhubaneswar

ଭିନ୍ନକ୍ଷମ ଚିହ୍ନଟିକରଣ ଶିବିର

ଗୁଡ଼ଭେଲା :ଗୁଡଭେଲା ବ୍ଳକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ଡାହିମାଳଠାରେ ଭିନ୍ନକ୍ଷମ ଚିହ୍ନଟିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ୟ୍ୟକ୍ରମରେ ଗୁଡଭେଲା ଅତିରିକ୍ତ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁ ମୁଖ୍ୟ ଅତିଥିଭାବରେ ଯୋଗ ଦେଇ ଦିପ ପ୍ରଜ୍ଜ୍ବଳନ ପୂର୍ବକ ଶିବିରକୁ ଉଦଘାଟନ କରିଥିଲେ ।ସ୍ବାମୀ ବିବେକାନନ୍ଦ ଜାତୀୟ ପୁର୍ନବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ କେନ୍ଦ୍ର ବଲାଙ୍ଗୀର ଓ ସମଗ୍ର ଶିକ୍ଷା ବଲାଙ୍ଗୀରଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଶିବିରରେ ଡ.ସୁରେନ୍ଦ୍ର ଭୋଇ,ଡ.ଅର୍କେଶ ପଟ୍ଟନାୟକ ଡ.ଅମିତ ମିଶ୍ର ଯୋଗ ଦେଇ ଦିବ୍ୟାଙ୍କ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିଥିଲେ । ଚିହ୍ନଟିକରଣ ହୋଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଆଗାମି ସମୟରେ ବିଭିନ୍ନ ସହାୟକ ଉପକରଣ ଦିଆଯିବ ବୋଲା ସୂଚନା ଦିଆଯାଇଥିଲା ।ଏହି ଶିବିରକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଜୁଳଫିକର ଖାଁ ଏବଂ ଆଶୋକ ସାମଳଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଶିବିରକୁ ଅକ୍ଷୟ ଧରୁଆ ପରିଚାଳନା କରିଥିଲେ ବେଳେ ରମେଶ ଚନ୍ଦ୍ର ଭୋଇ,ଟୁନା ପଧାନ, ପ୍ରହଲ୍ଲାଦ ଦଣ୍ଡସେନା,ଅଶୋକ ଝାଙ୍କର, ରାମ ପ୍ରସାଦ ମହାଲିଙ୍ଗ ଏବଂ ବିଦ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories