www.samajalive.in
Saturday, December 6, 2025
14.1 C
Bhubaneswar

ନିୟମଗିରି ଡ଼ଙ୍ଗରିଆ କନ୍ଧଙ୍କ ଥାନା ଘେରାଓ, ପ୍ରତଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ

କଲ୍ୟାଣସିଂହପୁର :  ଦୁଇଜଣ ଡ଼ଙ୍ଗରିଆ ଯୁବକଙ୍କୁ ପୁଲିସ ଉଠାଇନେବା ଘଟଣା ପ୍ରତିବାଦରେ  ନିୟମଗିରି ପାହାଡରେ ଥିବା ୧୧୨ ଖଣ୍ଡ ଗ୍ରାମର ବହୁ ଡ଼ଙ୍ଗରିଆ ମହିଳା ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘେରାଓ କରିଛନ୍ତି।  ତୁରନ୍ତ ଦୁଇଡ଼ଙ୍ଗରିଆ ଯୁବକ କୃଷ୍ଣ ଶିକକା ଓ ବାରି ଶିକକାକୁ ସମ୍ମାନର ସହ ଫେରାଇ ଦେବାକୁ ଦାବି କରିଛନ୍ତି।  ପାର୍ଷ।ଲି ପଞ୍ଚାୟତର ବହୁ ସଂଖ୍ୟକ ଡଙ୍ଗରିଆ କନ୍ଧ ରବିବାର ଏକତ୍ରିତ ହୋଇ କଲ୍ୟାଣସିଂହପୁର ସହରକୁ ଆସିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ଯାଇ ଥାନା ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ଦୁଇ ଯୁବକକୁ ୨ଘଣ୍ଟା ମଧ୍ୟରେ ଛାଡିବାକୁ କହିବା ସହ ସ୍ଥାନୀୟ ଥାନା ଅଧିକାରୀ ସୁମନ୍ତି ମହାନ୍ତିଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ।
ସୂଚନାଯୋଗ୍ୟ, ଆସନ୍ତା ୯ ତାରିଖ ବିଶ୍ୱ ଆଦିବାସୀ ଦିବସ ପାଳନ ସଭା ଆୟୋଜନ ତଥା ପ୍ରଚାର ଅଭିଯାନରେ କୃଷ୍ଣ ଶିକକା, ବାରି ଶିକକା ଓ ଡ୍ରିଞ୍ଜ ଶିକକା ଲାଞ୍ଜିଗଡ ବଜାରକୁ ଯାଇଥିଲେ। ସେଠାରୁ ପୁଲିସ ପଟାଙ୍ଗପଦରର କୃଷ୍ଣ ସିକକା(୨୦) ଓ ଲାଖପଦର ଗାଁର ବାରି ସିକକା( ୧୫)ଙ୍କୁ ଉଠାଇ ନେଇଛି । ଏହି ଘଟଣା ନେଇ ପରିବାର ପକ୍ଷରୁ ସ୍ଥାନୀୟ ଥାନା ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ରାୟଗଡା ଓ ଜିଲା ଆରକ୍ଷୀ ଅଧିକାରୀଙ୍କୁ ପଚାରି ବୁଝିଥିଲେ । ସେମାନେ ଘଟଣା ବିଷୟରେ ଅବଗତ ନଥିବା କହିଥିବାରୁ ସେମାନେ ଆନ୍ଦୋଳନ କରି କହିଥିଲେ। ଆଦିବାସୀ ଜନସାଧାରଣ ପ୍ରତି ଅନ୍ୟାୟ ଓ ଅତ୍ୟାଚାରକୁ ତୀବ୍ର ନିନ୍ଦା କରିବା ସହ ଅଭିଯୋଗକୁ ଆଧାର କରି ତୁରନ୍ତ ଏତଲା ପଞ୍ଜିକାରଣ କରି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ନିମନ୍ତେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଦାବି କରାଯାଇଛି ।
ଘଟଣାା ସଠିକ ତଦନ୍ତ କରି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁଇ ଘଣ୍ଟା ମଧ୍ୟରେ ଦୁଇ ଆଦିବାସୀ ଭାଇଙ୍କୁ ବିନା ସର୍ତ୍ତରେ ମୁକୁଳାଇବାକୁ ଦାବି କରାଯାଇଛି। ପୁଲିସ ନିୟମଗିରି ସୁରକ୍ଷା ସମିତିର କର୍ମୀ ମାନଙ୍କ ବିରୁଦ୍ଧରେ ମିଛ ମକଦ୍ଦମା କରି ଜେଲରେ ପୁରେଇବା ବନ୍ଦ କରୁ  ବୋଲି ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ । ଏବଂ ଦୁଇ ଯୁବକଙ୍କୁ ଚାନ୍ଦିଲି ଥାନାରେ ଅଟକ ରଖାଯାଇଛି  ସେମାନଙ୍କୁ ଆଣି ତୁରନ୍ତ ହସ୍ତାନ୍ତର କରାଯାଉ ବୋଲି ନିୟମ ଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଉପେନ୍ଦ୍ର ବାଗ, ମିଶ୍ର କାଡ୍ରାକା,ରାଣୁ କୁଲେସିକା, କୁମୁଟାଡୀ ସିକକା, ଗାଜିବାଣୀ ସିକକା, ସିଙ୍ଗାରି କୃଷିକା, ଉପସଭାପତି ଡ୍ରିଞ୍ଜୁ କୃଷିକା,ସମ୍ବାରୁ ,ସମ୍ବି ପୁସିକା ସମେତ ବହୁ ଡଙ୍ଗରିଆ କନ୍ଦ ମହିଳା ପୁରୁଷ ଉପସ୍ଥିତ ରହି ଦାବି କରିଥିଲେ ।
ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ  ଅତିରିକ୍ତ ଜିଲା ଆରକ୍ଷ ଅଧିକାରୀ  ବିଷ୍ଣୁ ପ୍ରସାଦ ପାତ୍ର, ଜଣେ ଏସଡିପିଓ  ରଶ୍ମିରଞ୍ଜନ ସେନାପତି, ସ୍ଥାନୀୟ ଥାନାଧିକାରୀ ସମେତ ୬ଟି ଜଣ ଥାନା ଅଧିକାରୀ, ମାଜିଷ୍ଟ୍ରେଟ ଭାବରେ ତହସିଲଦାର ସୁଧାକର ରଇତ,ଏସଓଜି ,ଏପିଆର, ଓଏସଏପି, ସିଆରପିଏଫ ସମେତ ମୋଟ ୪ ପ୍ଲାଟୁନ ପଲିସ ମୁତୟନ ରହିଥିଲେ । ଏସମ୍ପର୍କରେ ଏତିରିକ୍ତ ଜିଲା ଆରକ୍ଷ ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ପଚାରିବାରୁ ସେ କହିଲେ ଅପହରଣ ହୋଇଥିବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଅନ୍ୟ ପଟେ ଦୁଇ ଯୁବକଙ୍କୁ ଚାନ୍ଦିଲି ଥାନାରେ ଅଟକ ରଖିଛନ୍ତି ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।
ଦୁଇ ଯୁବକଙ୍କୁ ପୁଲିସ ଖୋଜୁଛି ଓ ସେମାନଙ୍କର ସନ୍ଧାନ ମିଳିଲେ ପରିବାରକୁ ହସ୍ତାନ୍ତର କାରାଯିବା ନେଇ ପ୍ରତଶ୍ରୁତି ମିଳିଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories