www.samajalive.in
Saturday, December 6, 2025
16.1 C
Bhubaneswar

ରାସ୍ତା ମଝିରେ ବିଦ୍ୟୁତ୍‌‌ ଖୁଣ୍ଟ, ଝୁଲୁଛି ମୃତ୍ୟୁର ଖଣ୍ଡା

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରୁ ଯାଜପୁର, ଅଠରନଳା, ଡିଗିସିରା, ବାଲିସାହି, ବିଲାବାଡି ଭଳି ୫ଖଣ୍ଡ ଗାଁକୁ ସଂଯୋଗ ପାଇଁ ଲକ୍ଷ୍ମୀନାଳ ଉପରେ ଏକ ବିଜୁସେତୁ ନିର୍ମାଣ କାର୍ଯ୍ୟ ସରିଛି। ମାତ୍ର ଜାତୀୟ ରାଜପଥରୁ ସେତୁକୁ ସଂଯୋଗ କରିଥିବା ରାସ୍ତା ମଝିରେ ଏକ ବିଦ୍ୟୁତ୍‌‌ ଖୁଣ୍ଟ ରହିଛି। ଯାହାଫଳରେ ଏହି ରାସ୍ତା ଦେଇ ଭାରିଯାନ ସାଙ୍ଗକୁ ଅନ୍ୟାନ୍ୟ ଯାନବାହାନ ଯାତାୟତରେ ଅସୁବିଧା ହେଉଛି। ଏପରିକି ୧୧ କେଭି ତାର ସଂଯୋଗ ଥିବା ବିଦ୍ୟୁତ୍‌‌ ଖୁଣ୍ଟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣା ଘଟିଲେ ପ୍ରାଣହାନୀ ହେବାର ମଧ୍ୟ ଆଶଙ୍କା ରହିଛି। ତୁରନ୍ତ ଏ ଦିଗରେ ବିଦ୍ୟୁତ୍‌‌ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ସୂଚନା ଥାଉ କି, ବହୁତ ଦିନର ଦାବୀ ପରେ ପୁରୁଣାକଟକ ପଂଚାୟତର ଯାଜପୁର, ଅଠରନଳା, ଏବଂ ବାଣିଭୂଷଣପୁର ପଂଚାୟତର ଡିଗସିରା, ବାଲିସାହି ଗାଁ ଲୋକଙ୍କ ସୁବିଧା ପାଇଁ ୪କୋଟି ୭୨ଲକ୍ଷ ୭୯ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ସେତୁ କାର୍ଯ୍ୟ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ୱାରା ସମ୍ପାଦିତ ହୋଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories