www.samajalive.in
Saturday, December 6, 2025
17.1 C
Bhubaneswar

ସ୍ୱଳ୍ପ ଟଙ୍କା ଖର୍ଚ୍ଚ କରି ନୂଆବର୍ଷରେ ଭ୍ରମଣ ପାଇଁ ଯାଆନ୍ତୁ ଏହି ସ୍ଥାନ

ଆଜି ଠାରୁ ଆରମ୍ଭ ହୋଇଛି ନୂଆବର୍ଷ ୨୦୨୦। ଅନେକ ଲୋକେ ନୂଆବର୍ଷରେ ଭ୍ରମଣ ପାଇଁ ବିଭିନ୍ନ ସ୍ଥାନକୁ ଯିବା ଖୁବ ପସନ୍ଦ କରନ୍ତି। ଭ୍ରମଣକୁ ଯିବା ସମୟରେ ବେଳେବେଳେ ଅର୍ଥ ବାଧକ ସାଜିଥାଏ। ତେଣୁ ଆମେ ଆପଣଙ୍କୁ ଏପରି କେତେକ ସ୍ଥାନ ବିଷୟରେ ଜଣାଇବୁ, ଯେଉଁଠାକୁ ସ୍ବଳ୍ପ ଅର୍ଥରେ ଭ୍ରମଣ କରିବାକୁ ଯାଇ ଭରପୁର ମଜା ଉଠାଇ ପାରିବେ।

ଦାର୍ଜିଲିଙ୍ଗ –
ଶୀତ ଦିନେ ପାହାଡ଼ିଆ ସ୍ଥାନ ବା (ହିଲ୍‍ ଷ୍ଟେସନ) ବୁଲିବାର ମଜା ହିଁ ସ୍ୱତନ୍ତ୍ର। ଦାର୍ଜିଲିଙ୍ଗ ଭାରତର ଏକ ସୁନ୍ଦର ହିଲ୍‍ ଷ୍ଟେସନ ଭାବେ ପରିଚିତ। ଡ଼ିସେମ୍ବର ଠାରୁ ମାର୍ଚ୍ଚ ମାସ ଯାଏଁ ଏଠାକୁ ବୁଲିବା ପାଇଁ ଯିବାକୁ ବେଶ ଉକୃଷ୍ଟ। ଏହି ସମୟରେ ଏଠାରେ ରହିବା ପାଇଁ ସ୍ୱଳ୍ପ ଟଙ୍କାରରେ ହୋଟେଲ ମିଳିଥାଏ।
ତୱାଙ୍ଗ –
ଅରୁଣାଞ୍ଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ତୱାଙ୍ଗ ଗୋଟିଏ। ବର୍ଷଯାକ ଏଠାରେ ପର୍ଯ୍ୟଟଙ୍କ ଭିଡ଼ ଜମିଥାଏ। ଡ଼ିସେମ୍ବର ଠାରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ଶସ୍ତାରେ ହୋଟେଲ ମିଳିଥାଏ।
ମସୁରୀ –
ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏହା ଉତ୍ତରାଖଣ୍ଡର ସୁନ୍ଦରତମ ଓ ପ୍ରସିଦ୍ଧ ସ୍ଥାନ। ଡ଼ିସେମ୍ବର ଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ଼ ଜମିଥାଏ। ସ୍ୱଳ୍ପ ଟଙ୍କାରେ ଏଠାରେ ଭ୍ରମଣର ଅଧିକ ମଜା ପାଇପାରିବେ।
ଜମ୍ମୁ-କଶ୍ମୀର –
ପୃଥିବୀର ସ୍ୱର୍ଗ ଭାବେ ପରିଚିତ ଜମ୍ମୁ-କଶ୍ମୀରରେ ଶୀତଦିନେ ବୁଲିବା ଦ୍ୱାରା ଅଳ୍ପ ଟଙ୍କା ଖର୍ଚ୍ଚ ହୋଇଥାଏ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଶ୍ୟ ସଭିଁଙ୍କୁ ବେଶ ଆକର୍ଷିତ କରିଥାଏ।
ଏହି ସମସ୍ତ ସ୍ଥାନରେ ଭ୍ରମଣ ସହ ସ୍ୱତନ୍ତ୍ର ଓ ସ୍ୱାଦିଷ୍ଟ ବ୍ୟଞ୍ଜନର ମଧ୍ୟ ମଜା ପାଇପାରିବେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories