www.samajalive.in
Wednesday, December 10, 2025
15.1 C
Bhubaneswar

ନୋଟବନ୍ଦୀ ସମୟର ଦୁର୍ନୀତି ଅଭିଯୁକ୍ତ ସ୍ତ୍ରୀ ଓ ପିଲାଙ୍କୁ ଗୁଳି କରି ନିଜେ କଲେ ଆତ୍ମହତ୍ୟା

ମଥୁରା: ନୋଟବନ୍ଦୀ ସମୟରେ ତିନି ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୁକ୍ତ ସ୍ତ୍ରୀ ଓ ପିଲାଙ୍କୁ ଗୁଳି କରି ପରେ ନିଜେ ଆତ୍ମହତ୍ୟା କରିଛି। ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ଓ ଗୋଟିଏ ପିଲାର ମୃତ୍ୟୁ ଘଟିଥିବା ବେଳେ ​‌ଅନ୍ୟ ଜଣେ ପିଲାଟି ଅଳ୍ପକେ ବର୍ତ୍ତିଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।  

ସୂଚନାଯୋଗ୍ୟ, ଏକ୍ସପ୍ରେସୱେର ବୃନ୍ଦାବନ କଟ୍ ନିକଟସ୍ଥ ଝାଜ୍ଜର ଅଣ୍ଡରପାସ ଠାରୁ ବୁଲିୟନ ବ୍ୟବସାୟୀ ନୀରଜ ଅଗ୍ରୱାଲଙ୍କ ପୁଅ ଦିନେଶ ଚନ୍ଦ୍ର ଅଗ୍ରୱାଲ, ସ୍ତ୍ରୀ ନେହା(୩୬) ଏବଂ ଝିଅ ଧନ୍ୟା(୬)ର ମୃତଦେହ ରକ୍ତ ଜୁବୁଜୁବୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଅନ୍ୟ ପକ୍ଷରେ ଘଟଣାସ୍ଥଳରେ ଚନ୍ଦ୍ର ଅଗ୍ରୱାଲଙ୍କ ୧୦ ବର୍ଷୀୟ ପୁଅ ଶୌର୍ୟ୍ୟ(ସୂର୍ଯ୍ୟ) ଗୁରୁତର ଅବସ୍ଥାରେ ମିଳିଥିଲା। ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ। ତିନି ଶହ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦ୍ର ଅଗ୍ରୱାଲ ଇଡି ସ୍କାନରରେ ରହିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories