www.samajalive.in
Saturday, December 6, 2025
14.1 C
Bhubaneswar

ବିଶ୍ୱ ପର୍ଯ୍ୟଟନ ଦିବସ; ଏହି ସ୍ଥାନରେ ମା’ଙ୍କୁ ଦର୍ଶନ କଲେ ପୂରଣ ହୁଏ ସବୁ ମନସ୍କାମନା

ସେପ୍ଟେମ୍ବର ୨୭ ତାରିଖକୁ ବିଶ୍ୱ ପର୍ଯ୍ୟଟନ ଦିବସ ଭାବେ ପାଳନ କରାଯାଏ। ଏହାକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବା। ଏହି ଦିବସ ସାରା ଦୁନିଆରେ ଲୋକଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା ସହ ପରସ୍ପରର ସଂସ୍କୃତି ଓ ପରମ୍ପରାକୁ ଜାଣିବାକୁ ସୁଯୋଗ ଦେଇଥାଏ। ଆଜିର ଏହି ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ଏଭଳି କେତେକ ମନ୍ଦିର ବିଷୟରେ ଚାଲନ୍ତୁ ଜାଣିବା.. ଯେଉଁଠାରେ ମା’ଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି।
ନବରାତ୍ରକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଦେଶରେ ଥିବା ଶକ୍ତିପୀଠ ଏବଂ ଅନ୍ୟାନ୍ୟ ଦେବୀଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଏପରି ମାନ୍ୟତା ରହିଛି ଯେ, ନବରାତ୍ରି ସମୟରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେବେ ଉତ୍ତରପ୍ରଦେଶର ଏପରି କିଛି ପୀଠଗୁଡିକ ବିଷୟରେ ଆସନ୍ତୁ ଜାଣିବା…..
ବାରାଣାସୀର ଶୈଳପୁତ୍ରୀ 
କାଶୀ-ନଗର ବାରାଣାସୀର ଅଲଈପୁର କ୍ଷେତ୍ରରେ ମା’ ଶୈଳପୁତ୍ରୀଙ୍କ ପୀଠ ରହିଛି। ଏହି ମନ୍ଦିରକୁ ନେଇ ଏପରି ମାନ୍ୟତା ରହିଛି ଯେ, ନବରାତ୍ରର ପ୍ରଥମ ଦିନ ମା’ଙ୍କୁ ଦର୍ଶନ କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ଏହାସହ ନବରାତ୍ର ସମୟରେ ମା’ଙ୍କୁ ଦର୍ଶନ କରି ପୂଜା କଲେ ବୈବାହିକ ଜୀବନରେ ଥିବା ସମସ୍ୟା ଦୂର ହୋଇଥାଏ।
ଦେବୀ ପାଟନ ମନ୍ଦିର, ବଳରାମପୁର
ଉତ୍ତରପ୍ରଦେଶର ବଳରାମପୁର ଜିଲାର ତୁଳସୀପୁର ସହରରେ ଦେବୀ ପାଟନ ମନ୍ଦିର ଅବସ୍ଥିତ। ଏଠାରେ ନବରାତ୍ର ସମୟରେ ମେଳାର ଆୟୋଜନ କରାଯାଇଥାଏ। ଏପରି କୁହାଯାଏ ପଟେଶ୍ୱରୀ ମାତା ନିଜ ଭକ୍ତଙ୍କର ମନସ୍କାମନା ପୂରଣ କରିଥାଆନ୍ତି। ଲକ୍ଷାଧିକ ସଂଖ୍ୟାରେ ଏଠାରେ ଭକ୍ତଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳେ।
ମା’ଲଲିତା ଦେବୀ ମନ୍ଦିର, ସୀତାପୁର
ଏହି ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରରୁ ଲୋକେ ଧାଇଁ ଆସିଥାଆନ୍ତି। ଏଠାରେ ମା’ଙ୍କୁ ଲାଲ ରଙ୍ଗର ଓଢଣୀ ଅର୍ପଣ କରାଯାଏ। ଏପରି କରିବା ଦ୍ୱାରା ଚକ୍ଷୁ ଜନିତ କେତେକ ସମସ୍ୟା ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି। ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଖୁବ୍ ଆକର୍ଷଣୀୟ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories