www.samajalive.in
Saturday, December 6, 2025
26.1 C
Bhubaneswar

‘ହାଉସଫୁଲ-୪’ ଟ୍ରେଲର : ଭରି ରହିଛି ମନୋରଞ୍ଜନର ସମସ୍ତ ଖୋରାକ

ମୁମ୍ବଇ : ଅକ୍ଷୟ କୁମାରଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହାଉସଫୁଲ-୪’ର ଟ୍ରେଲର ଶୁକ୍ରବାର ରିଲିଜ୍‍ ହୋଇଛି। ଏଥିରେ ଅକ୍ଷୟଙ୍କ ସମେତ ଏକାଧିକ ପ୍ରସିଦ୍ଧ କଳାକାର ଅଭିନୟ କରିଛନ୍ତି। ରିତେଶ ଦେଶମୁଖ, ବବି ଦେଓଲ, ରାଣା ଦଗୁବତୀ, କୃତି ସେନନ, କୃତି ଖରବନ୍ଦା ଓ ପୂଜା ହେଗଡ଼େ ପ୍ରମୁଖ କଳାକାର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନବାଜୁଦ୍ଦିନ ସିଦ୍ଦିକୀ ମଧ୍ୟ ଚଳଚ୍ଚିତ୍ରରେ ଏକ ବିଶେଷ ଚରିତ୍ରରେ ଅଭିନୟ କରିଛନ୍ତି। ଟ୍ରେଲରରେ ସମସ୍ତଙ୍କ ଝଲକ୍‍ ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଟ୍ରେଲରକୁ ଖୁବ୍‍ ଭଲ ପ୍ରତିକ୍ରିୟା ମିଳିବାରେ ଲାଗିଛି। ‘ହାଉସଫୁଲ-୪’ ନିଶ୍ଚିତ ରୂପେ ବକ୍ସ ଅଫିସରେ ହାଉସଫୁଲ ହେବ ବୋଲି ମଧ୍ୟ ଲୋକେ ମତ ଦେଉଛନ୍ତି। ଫରହାଦ ସମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୨୫ ଅକ୍ଟୋବରରେ ପରଦାକୁ ଆସିବ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories