www.samajalive.in
Sunday, December 7, 2025
14.1 C
Bhubaneswar

ଏଠାରେ ବର୍ଷଯାକ ପ୍ରଭୁଙ୍କୁ ଅର୍ପଣ ହୋଇଥାଏ ଗୋଲାପି ରଙ୍ଗ

କୋହ୍ଲାପୁରର ଉତ୍ତର ଦିଗରେ ପାହାଡ଼ ମଧ୍ୟରେ ରହିଛି ଜ୍ୟୋତିବା ମନ୍ଦିର। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ ଏହି ମନ୍ଦିର ଜ୍ୟୋର୍ତିଲିଙ୍ଗ ସହ ସମାନ ଓ ଏହାକୁ ଲୋକେ କେଦାରଲିଙ୍ଗମ କୁହନ୍ତି। ଏଠାରେ ଦର୍ଶନ କଲେ କେଦାରନାଥଙ୍କୁ ଦର୍ଶନ କରିବାର ସମାନ ପୁଣ୍ୟଫଳ ମିଳିଥାଏ ବୋଲି ମାନ୍ୟତା ରହିଛି। ମନ୍ଦିର ପରିସର ମଧ୍ୟରେ ପ୍ରଭୁ ଶିବଙ୍କର ୩ଟି ମନ୍ଦିର ରହିଛି। ଶ୍ରଦ୍ଧାଳୁମାନେ ଏଠାକୁ ଆସି ତିନିଟି ମନ୍ଦିରରେ ଦର୍ଶନ କରିଥାଆନ୍ତି। ଏହି ମନ୍ଦିରରେ ବିବାହ କାର୍ଯ୍ୟ ମଧ୍ୟ କରାଯାଏ। ବିବାହ ପରେ ନବ ଦମ୍ପତି ମନ୍ଦିରରେ ଆଶୀର୍ବାଦ ନେଇଥାଆନ୍ତି। ଏଠାରେ ସ୍ଥାପିତ ହୋଇଥିବା ଜ୍ୟୋତିବାଙ୍କ ପ୍ରତିମା ଚାରିଭୁଜ ଧାରୀ। ସ୍ଥାନୀୟ ଲୋକଙ୍କ ମାନ୍ୟତା ଅନୁଯାୟୀ ଜୋତିବା ଭୈରବଙ୍କର ପୁନଃ ଜନ୍ମ ଅଟେ।
ମନ୍ଦିରରେ ଜ୍ୟୋତିବାଙ୍କୁ ଗୋଲାପି ରଙ୍ଗ ଅର୍ପଣ କରିବାର ପରମ୍ପରା ରହିଛି। ଏହି କାରଣରୁ ମନ୍ଦିରରେ ବର୍ଷଯାକ ଗୋଲାପି ରଙ୍ଗ ଦେଖିବାକୁ ମିଳିଥାଏ। ଜ୍ୟୋତିବା ମନ୍ଦିରର ନିର୍ମାଣ ପ୍ରାୟ ୧୭୩୦ ମସିହାରେ ନିର୍ମାଣ ହୋଇଥିଲା ବୋଲି କୁହାଯାଏ। ସମ୍ପୂର୍ଣ୍ଣ ମନ୍ଦିର ପଥରରେ ନିର୍ମିତ ହେବା ସହ ଏହାର କାନ୍ଥରେ ସୁନ୍ଦର ସୁନ୍ଦର କାରୁକାର୍ଯ୍ୟ ହୋଇଛି। ମନ୍ଦିରର ପ୍ରବେଶ ଦ୍ୱାରରେ ନନ୍ଦିଙ୍କ ବିଶାଳ ପ୍ରତିମା ରହିଛି। ଜ୍ୟୋତିବା ମନ୍ଦିରର ବାସ୍ତୁ ପ୍ରାଚୀନ ଶୈଳୀର ଅଟେ। ଏହି ମନ୍ଦିରକୁ ଲୋକେ ସନ୍ତାନ ପ୍ରାପ୍ତି ପାଇଁ କାମନା କରି ମଧ୍ୟ ଆସନ୍ତି। ସେମାନଙ୍କର ଇଚ୍ଛା ଏଠାରେ ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି। ବହୁ ଶ୍ରଦ୍ଧାଳୁମାନେ ଏଠାକୁ ଦର୍ଶନ କରିବାକୁ ଆସିଥାଆନ୍ତି। ଏହି କାରଣରୁ ଏଠାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥାଏ। ବର୍ଷର କେତେକ ସ୍ୱତନ୍ତ୍ର ସମୟରେ ଏଠାରେ ମେଳାର ମଧ୍ୟ ଆୟୋଜନ କରାଯାଏ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories