ଜୀବିକା  ସୁରକ୍ଷା ମଞ୍ଚ ପକ୍ଷରୁ ସ୍ବେଛାସେବୀ ମାନଙ୍କୁ ନେଇ ତାଲିମ ଶିବିର 

ଫୁଲବାଣୀ :  ଜୀବିକା  ସୁରକ୍ଷା ମଞ୍ଚ ପକ୍ଷରୁ  ଖଜୁରୀପଡା  ଠାରେ ଏକ  ତାଲିମ ଶିବିର  ଅନୁଷ୍ଠିତ ହୋଇଯାଇଛି।  ଗତ ୨ବର୍ଷ  ଧରି  କୋଭିଡ-୧୯ସମୟରେ  ସ୍କୁଲ ଭଳି  ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ବନ୍ଦ  ହେବା ଯୋଗୁ, ଜୀବିକା ସୁରକ୍ଷା ମଞ୍ଚ  ଖଜୁରୀପଡା  ତରଫରୁ  ମୋ ଚାଟଶାଳୀ  ମାଧ୍ୟମରେ   ଗାଁ ଗାଁ ରେ ସ୍ବେଚ୍ଛାସେଵୀ  ମାନଙ୍କ  ଦ୍ୱାରା ପ୍ରଥମରୁ  ଅଷ୍ଟମ ଶ୍ରେଣୀ ର  ଚ୍ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ  କରାଯାଉଥିଲା। ଏହିପରି ପେକ୍ଷୀରେ  ଖଜୁରୀପଡା  ବ୍ଲକର  ବିଭିନ୍ନ ଗ୍ରାମର ସ୍ବେଛାସେବୀ ମାନଙ୍କୁ  ଆଗାମୀ ଦିନର  କାର୍ଯ୍ୟକ୍ରମ  ପାଇଁ ତାଲିମ ଦିଆଯାଇଥିଲା। ଏଥିରେ  ଖଜୁରୀ ପଡା ସରପଞ୍ଚ ମନୋରଞ୍ଜନୀ ଯାନୀ ମୁଖ୍ୟ ଅତିଥି  ଭାବେ  ଯୋଗଦେଇଥିଲେ। ସଂଗଠନ  କର୍ମୀ ପଞ୍ଚାନନ ପ୍ରଧାନ  ସଂଯୋଜ କ  ହରିଶ୍ଚନ୍ଦ୍ର ଦଳ ବେହେରା, ରୁଦ୍ର ମାଧବ ବିନ୍ଧାଣି ଏବଂ ସାଥି  ଓ କମିଟି ସଦସ୍ୟ-ସଦସ୍ୟା  ଉପସ୍ଥିତ ଥିଲେ ।

Comments are closed.