www.samajalive.in
Sunday, December 14, 2025
17.1 C
Bhubaneswar

ଚାଷୀ ପଞ୍ଜିକରଣ ନିମନ୍ତେ ପ୍ରଶିକ୍ଷଣ ଓ ସଚେତନତା ଶିବିର

ଆଠଗଡ : ଆଠଗଡ ଉପଖଣ୍ଡରେ ଚଳିତ ୨୦୨୩-୨୪ଖରିଫ ଋତୁରେ ଚାଷୀଙ୍କ ଧାନ ବିକ୍ରୟ ପାଇଁ ପଞ୍ଜିକରଣ ଅନିବାର୍ଯ୍ୟ। ଏଥିପାଇଁ ବୁଧବାର ଆଠଗଡ ବ୍ଲକ ସମ୍ମିଳନୀ କକ୍ଷରେ ଚାଷୀ ପଞ୍ଜିକରଣ ନିମନ୍ତେ ଏକ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଠଗଡ ଉପଖଣ୍ଡର ୪ଟି ବ୍ଲକ  ଆଠଗଡ, ତିଗିରିଆ, ବଡମ୍ବା ଓ ନରସିଂହପୁର ଅଞ୍ଚଳରେ ଥିବା ୭୩ଗୋଟି ପ୍ରାଥମିକ ସମବାୟ ସମିତିର ସଂପାଦକ ଓ ଡାଟା ଏଣ୍ଟ୍ରି ଅପରେଟରମାନେ ଯୋଗଦେଇଥିଲେ । କଟକ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର ଏହାକୁ ସଂଯୋଜନା କରି ଉପଖଣ୍ଡର ଧାନଚାଷ କରୁଥିବା କୌଣସି ପ୍ରକୃତ ଚାଷୀ ପଞ୍ଜିକରଣରୁ ଅବା ଧାନ ବିକ୍ରୟରୁ ଯେପରି ବଞ୍ଚିତ ନହୁଅନ୍ତି ସେ ଦିଗରେ ଯତ୍ନବାନ ହେବାକୁ ସମବାୟ ସମିତିର ସଂପାଦକ ଓ ଡିଇଓମାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

- Advertisement -

ଚାଷୀମାନେ ନାମ ପଞ୍ଜିକରଣ ପାଇଁ ସେମାନଙ୍କ କୃଷକ ପରିଚୟ ପତ୍ରର ନକଲ, ବ୍ୟାଙ୍କ ଜମାଖାତା ନକଲ, ଆଧାରକାର୍ଡ ନକଲ, ଧାନଚାଷ କରାଯାଉଥିବା ଜମିଜମାର କାଗଜପତ୍ରର ନକଲ ଦେଇ ମୋବାଇଲ ମାଧ୍ୟମରେ କିପରି ପଞ୍ଜିକରଣ କରିପାରିବେ ସେ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଚଳିତବର୍ଷ ଖରିଫ ଋତୁରେ ସାଟେଲାଇଟ ମାଧ୍ୟମରେ ଚାଷୀଙ୍କର ଶତପ୍ରତିଶତ ଚାଷଜମିକୁ ସର୍ଭେ କରାଯିବ। ଫଳରେ ପ୍ରକୃତ ଚାଷଜମି ଚିହ୍ନଟ ହୋଇପାରିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ। ଗତବର୍ଷ ଅପେକ୍ଷା ଏଏଫକ୍ୟୁ ଧାନର କ୍ୟୁଇଣ୍ଟାଲ ପିଛା ଦର ୨୦୪୦ରୁ ୧୪୩ଟଙ୍କା ବୃଦ୍ଧି ପାଇ ଚଳିତବର୍ଷ ହେବା ୨୧୮୩ ଟଙ୍କା କରାଯାଇଥିବା ଜଣାପଡିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଚାଷୀମାନେ ଧାନ ଦେଇସାରିବା ପରେ ତାଙ୍କର ଆଖି ସ୍କାନ ହୋଇ ପାରୁନାହିଁ, ତାହାଲେ ସେମାନେ ତାଙ୍କର ଜଣେ ସଂପର୍କୀୟଙ୍କୁ ନୋମିନେସନ କରି ଧାନ ବିକ୍ରୟ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ କଟକ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଉପେନ୍ଦ୍ର କୁମାର ଭୋଇ, ଆଠଗଡ ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ, ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ବିଜେନ୍ଦ୍ର ମହାନ୍ତି, ଉପସହକାରୀ ନିବନ୍ଧକ ସଞ୍ଜିବ କୁମାର ପଣ୍ଡା, ଜିଲ୍ଲା ସହକାରୀ କମ୍ପ୍ୟୁଟର ପ୍ରୋଗ୍ରାମର ଜାମିନୀକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ନରିସଂହପୁର ଆରଏମସି ସଂପାଦକ ରାମନାରାୟଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories