ରୂପାନ୍ତରିତ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ତାଲିମ ଶିବିର

ଆଠଗଡ : ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ବିଦ୍ୟାଳୟ ଗୁଡିକର ପ୍ରଧାନଶିକ୍ଷକଙ୍କ ପାଇଁ ଦକ୍ଷତା ବିକାଶ ଓ ଡିଜିଟାଲ ଦକ୍ଷତା ସଂପର୍କୀତ ୫ଦିନିଆ ତାଲିମ ଶିବିର ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ବୁଧବାର ଉଦ୍‍ଘାଟିତ ହୋଇଯାଇଛି । ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମର କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ମଣ୍ଡଳ ସାଧନ କେନ୍ଦ୍ର ଅଧିକାରୀ ନବକିଶୋର ସାହୁ ଉଦ୍‍ଘାଟନ କରି ରୂପାନ୍ତରିତ ବିଦ୍ୟାଳୟ ଗୁଡିକରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ତାଲିମ ଶିବିରରେ ଆଠଗଡ ବ୍ଲକର ୧୩ଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ମିଶାଇ ମୋଟ ୪୭ ଜଣ ଯୋଗ ଦେଇଛନ୍ତି । ନରସିଂହପୁର ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ପଣ୍ଡା ଏବଂ ବାଙ୍କୀ ବ୍ଲକ ଶିକ୍ଷାଧିକାରୀ ସନ୍ତୋଷ ସେଠୀ ବିଷୟ ଭିତ୍ତିକ ତାଲିମଦାତା ଭାବେ ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ବିଶେଷକରି ଡିଜିଟାଲ ବୋର୍ଡରେ କିପରି ଶିକ୍ଷାଦାନ କରାଯିବ ଏବଂ ଇ-ଗ୍ରନ୍ଥାଗାର ପରିଚାଳନା ବିଷୟରେ ଏହି ତାଲିମ କାର୍ଯ୍ୟକ୍ରମ ପର୍ଯ୍ୟବେସିତ ବୋଲି ଆଠଗଡ ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲ ପ୍ରକାଶ କରିଛନ୍ତି । ବିଶ୍ୱନାଥ ବିଦ୍ୟାପୀଠର ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି ଓ ଶିକ୍ଷକ କାଶିନାଥ ସାହୁ ତାଲିମ ଶିବିର ପରିଚାଳନାରେ ସହଯୋଗ କରିଛନ୍ତି ।

kalyan agarbati

Comments are closed.