www.samajalive.in
Saturday, December 13, 2025
27.1 C
Bhubaneswar

ବେଦାନ୍ତ ନନ୍ଦଘରର ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ନେଇ ତିନି ଦିନିଆ ତାଲିମ ଶିବିର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ ଆଶ୍ରମ ପଡା ସ୍ଥିତ ନନ୍ଦଘରଠାରେ ଲାଞ୍ଜିଗଡ ଅଞ୍ଚଳରେ ଥିବା ୨୫ଟି ବେଦାନ୍ତ ନନ୍ଦଘରର ଅଙ୍ଗନୱାଡ଼ି କର୍ମୀ ଏବଂ ଅଙ୍ଗନୱାଡ଼ି ସହାୟିକାଙ୍କୁ ନେଇ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ବେଦାନ୍ତ ନନ୍ଦଘରର କାର୍ଯ୍ୟରତ ୨୫ ଜଣ ଅଙ୍ଗନୱାଡି କର୍ମୀ ଓ ୧୮ ଜଣ ସହାୟିକାଙ୍କୁ ତାଲିମ ଦେବା ବ୍ୟବସ୍ଥା ରହିଛି। ଗତକାଲି ଗୁରୁବାର ପ୍ରଥମ ଦିବସରେ ୧୮ ଜଣ ଅଙ୍ଗନୱାଡି ସହାୟିକାଙ୍କୁ ପ୍ରଥମେ ତାଲିମ ପ୍ରଦାନ କରାଯାଇଥିଲା ବେଳେ ଆଜି ଦ୍ଵିତୀୟ ଦିବସରେ ୨୫ ଜଣ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ତାଲିମ ଚାଲିଛି। ଆସନ୍ତା କାଲି ମଧ୍ୟ ଏହି ୨୫ ଜଣ ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦେବାର ବ୍ୟବସ୍ଥା ରହିଛି। ନନ୍ଦଘରରେ ୦୩ ରୁ ୦୬ ବର୍ଷର ଶିଶୁମାନଙ୍କର ପ୍ରାରମ୍ଭିକ ବିକାଶ, ଯତ୍ନ ଏବଂ ଶିକ୍ଷା ଉପରେ ବିଭିନ୍ନ ଖେଳ, ଗପ ଭିଡ଼ିଓ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ବେଦାନ୍ତ ଫାଉଣ୍ଡେସନ ତରଫରୁ ଜୟଶ୍ରୀ ଡି, ମୃତ୍ୟୁଞ୍ଜୟ ଅଗ୍ରୱାଲ, ଋତୁପର୍ଣ୍ଣା ଚେଟରଜି, କୌଶିକ ପଟଗିରି, ବଣ୍ଟି ରାଣୀ ପଟଗିରି, ପୁଙ୍ଗୁରି ମାଝୀ, ସହଯୋଗୀ ଅନୁଷ୍ଠାନ ତରଫରୁ ସୁଦୀପ କେଶ, ଦିବ୍ୟ ରଞ୍ଜନ ଯୋଶୀ, ଲାଲୁ ପଲକା, ଶୁଭଲକ୍ଷ୍ମୀ ମହାନ୍ତି, ରମେଶ ସାହୁ, ପ୍ରମୋଦ ସାହୁ, ଶିଶିର ପୁଜାରୀ, ଆଇ.ସି.ଡି.ଏସ୍ ସୁପର ଭାଇଜର ଜ୍ୟୋସ୍ନାରାଣୀ ମିଶ୍ର, ସେସମେ ୱାର୍କସପ ଇଣ୍ଡିଆ ତରଫରୁ ମାଷ୍ଟର ଟ୍ରେନର ରଜନୀକାନ୍ତ ଦାସ ଏବଂ ସହ ତାଲିମ ଦାତ୍ରୀ ଗୀତାଞ୍ଜଳି ପଟ୍ଟନାଏକ ତାଲିମ ପ୍ରଦାନ କରିଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ ହ୍ୱାଟସଆପ, ସ୍ନାପଚ୍ୟାଟ ଏବଂ ଟେଲିଗ୍ରାମ କମ୍ପାନୀ

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories