www.samajalive.in
Thursday, December 11, 2025
18.1 C
Bhubaneswar

ଫୁଲବାଣୀ ପଞ୍ଚାୟତ ସମିତିର ସାଧାରଣ ବୈଠକ

ଫୁଲବାଣୀ: ବ୍ଲକ ଅଧିକାରୀ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ଉତ୍ତମ ସଂପର୍କ ରହିବା ନିତାନ୍ତ ଆବଶ୍ୟକ। ଉଭୟଙ୍କ ମଧ୍ୟରେ ସବୁ ଠିକ୍‌‌ ଚାଲିଲେ ଲୋକେ ଉପକାର ପାଇ ପାରିବେ ଓ ଅଞ୍ଚଳର ମଧ୍ୟ ବିକାଶ ହୋଇ ପାରିବ ବୋଲି କହିଛନ୍ତି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଫୁଲବାଣୀ ପଞ୍ଚାୟତ ସମିତିର ସାଧାରଣ ବୈଠକରେ ଯୋଗଦେଇ ସାଂସଦ ଏହି ମତ ଦେଇଥିଲେ। ନିର୍ବାଚିତ ଲୋକ ପ୍ରତିନିଧିମାନେ ଲୋକଙ୍କ ସାହାରା। ତେଣୁ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଛନ୍ତି ସାଂସଦ। ଏହି ଅବସରରେ ୯୪ ଜଣଙ୍କୁ ବିଭନ୍ନ ପ୍ରକାର ପତ୍ତା ପ୍ରଦାନ କରାଯିବା ସହିତ ୧୧ ଜଣଙ୍କୁ ଅନ୍ତୋଦୟ ଅନ୍ନ ଯେଜାନାରେ କାର୍ଡ଼, ୧୨ ଜଣଙ୍କୁ ଜାତୀୟ ପରିବାର କଲ୍ୟାଣ ଯେଜାନା ସହାୟତା ପ୍ରଦାନ କରାଯାଇଥିଲା। ବୈଠକରେ ବ୍ଲକ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଦିଗାଲ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories