www.samajalive.in
Friday, November 14, 2025
25.1 C
Bhubaneswar

ଏଣିକି ରେଳ ଯୋଗେ ପହଞ୍ଚିପାରିବେ କାଶ୍ମୀର: ସଙ୍ଗଲଦାନ-ରିଆସି ଟ୍ରାକରେ ଗଡ଼ିଲା ଇଞ୍ଜିନ, ୩୦ରେ ପ୍ରଥମ ଟ୍ରେନ୍‌

ଜମ୍ମୁ: ରେଳ ଯୋଗେ କାଶ୍ମୀର ଘାଟିରେ ପହଞ୍ଚିବାର ସ୍ୱପ୍ନର ପ୍ରକଳ୍ପ ପୂରଣ ହେବାକୁ ଯାଉଛି। ଦେଶର ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଉଦ୍ଧମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ୍ (ୟୁଏସବିଆରଏଲ)ର କାର୍ଯ୍ୟ ଚାଲିଛି। ରବିବାର ସଙ୍ଗଲଦାନ-ରିଆସି ଟ୍ରାକର ପରୀକ୍ଷଣ ପାଇଁ ଇଞ୍ଜିନ ଚଲାଯାଇଥିଲା। ରେଳ ଅଧିକାରୀମାନେ କହିଛନ୍ତି ଯେ ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଛି।

ଜମ୍ମୁର ରିଆସି ଜିଲାର ସାଭଲାକୋଟରୁ ବାହାରି ଇଞ୍ଜିନ ଦିନ ୩ଟାରେ ରିଆସି ରେଳ ଷ୍ଟେସନରେ ପହଞ୍ଚିଥିଲା। ଇଞ୍ଜିନ ଆସୁଥିବା ଶୁଣି ଲୋକମାନେ ଷ୍ଟେସନରେ ପହଞ୍ଚିଥିଲେ। ଇଞ୍ଜିନ୍ ବକ୍କଲ୍ ସୁଡ଼ଙ୍ଗ ପାର ହୋଇ ହର୍ଣ୍ଣ ବଜାଇ ରିଆସିରେ ପହଞ୍ଚିବା ମାତ୍ରେ ଷ୍ଟେସନ ଭାରତ ମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହୋଇଥିଲା। ଏହି ଟ୍ରାକରେ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ ମଧ୍ୟ ନିର୍ମାଣ କରାଯାଇଛି। ଟ୍ରେନରେ ବସି ଏହି ପୋଲ ଦେଇ ଯିବାର ସ୍ୱପ୍ନ ରେଳ ସୁରକ୍ଷା କମିଶନର(ସିଆରଏସ)ଙ୍କଠାରୁ ସବୁଜ ସଙ୍କେତ ପାଇବା ପରେ ପୂରଣ ହେବ। ସରକାରୀ ସୂତ୍ରରୁ ଜଣାପଡିଛି ଯେ, ସଙ୍ଗଲଦାନରୁ ରିଆସି ମଧ୍ୟରେ ପ୍ରଥମ ଟ୍ରେନ୍‌ ଜୁନ୍ ୩୦ରେ ଗଡ଼ିବାର ସମ୍ଭାବନା ରହିଛି।

- Advertisement -

 

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories