ଟ୍ରେନ୍‍ ଟିକେଟ୍‍ ବାତିଲ୍‍ ପାଇଁ ନୂଆ ନିୟମ

0

ନୂଆଦିଲ୍ଲୀ: ଟ୍ରେନ୍‍ ଟିକେଟ୍‍ ବାତିଲ୍‍ ପାଇଁ ଆଇଆରସିଟିସି ନୂଆ ନିୟମ ପ୍ରଣୟନ କରିଛି। ଏବେ ୧୩୯ ନମ୍ବର ଜରିଆରେ ଟିକେଟ୍‍ ବାତିଲ୍‍ ହୋଇପାରୁଛି। ଅନ୍‍ଲାଇନ୍‍ ବୁକ୍‍ କରିଥିଲେ ଟିକେଟ୍‍ ବାତିଲ୍‍ ହେବାର ୫ ଦିନ ମଧ୍ୟରେ ଯାତ୍ରୀମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇଯାଉଛି। ଟିକେଟ୍‍ କାଉଣ୍ଟରରୁ ବୁକିଂ କରିଥିଲେ ଟଙ୍କା ଫେରି ପାଇବା ପାଇଁ ୭ ରୁ ୮ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ନୂଆ ନିୟମ ଅନୁସାରେ ଟିକେଟ୍‍ ବାତିଲ୍‍ ପରେ ସଂରକ୍ଷଣ କାଉଣ୍ଟରରୁ ଯାତ୍ରୀମାନେ ତତ୍କାଳ ଟଙ୍କା ଫେରିପାଇବେ। ସେହି ସମୟରେ ପ୍ରକୃତ ଟିକେଟ୍‍ ଫେରାଇବାକୁ ପଡ଼ିବ। ସେହିପରି ଏସି କୋଚ୍‍ରେ ଯାତ୍ରା ସମୟରେ ଯଦି ଏସି ଅଚଳ ହୋଇଯାଏ ତେବେ ଯାତ୍ରୀମାନଙ୍କଠାରୁ ସାଧାରଣ ବଗି ଅନୁସାରେ ଟିକେଟ୍‍ ମୂଲ୍ୟ ଧାର୍ଯ୍ୟ କରାଯିବ। ଏସି କୋଚ୍‍ରୁ ସାଧାରଣ ବଗି ଯାତ୍ରା ମଧ୍ୟରେ ଥିବା ତଫାତ ଟଙ୍କାକୁ ଯାତ୍ରୀମାନଙ୍କୁ ଫେରାଇ ଦିଆଯିବ। କୌଣସି ଦୈବୀ ଦୁର୍ବିପାକ କିମ୍ବା ଅଘଟଣ ଯୋଗୁଁ ଯାତ୍ରୀମାନେ ଠିକ୍‍ ସମୟରେ ରିଜର୍ଭବେସନ୍‍ କାଉଣ୍ଟରରେ ପହଞ୍ଚିପାରିବେ ନାହିଁ ସେମାନେ ଉପଯୁକ୍ତ ପ୍ରମାଣ ପତ୍ର ଦାଖଲ କଲେ ୯୦ ଦିନ ମଧ୍ୟରେ ଟଙ୍କା ଫେରସ୍ତ ହେବ। ତତ୍କାଳ ଟିକେଟ୍‍ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ।

Leave A Reply