www.samajalive.in
Sunday, December 14, 2025
17.1 C
Bhubaneswar

କାଳବୈଶାଖୀ ପ୍ରଭାବ: ଟ୍ରେନ୍‍ ଚଳାଚଳ ବ୍ୟାହତ, ଫେରିଗଲା ବିମାନ

ଭୁବନେଶ୍ୱର: ଗତ କାଲି ରାତି ଓ ଆଜି ସକାଳୁ କାଳବୈଶାଖୀ ଜନିତ ବର୍ଷାରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ବିଦ୍ୟୁତ୍‍ ତାର ଛିଣ୍ଡି ଟ୍ରେନ୍‍ ଲାଇନ୍‍ ଉପରେ ପଡ଼ିଥିବାରୁ କେତେକ ରାସ୍ତାରେ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ସ୍ଥାନରେ ସିଗ୍‍ନାଲ୍‍ କାମ କରୁନଥିବା ଜଣାପଡ଼ିଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ-ଭୁବନେଶ୍ୱର-ଭଦ୍ରକ ମଧ୍ୟରେ ଟ୍ରେନ୍‍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯାତ୍ରୀମାନେ ଟ୍ରେନ୍‍ରେ ବସି ରହିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ କରାଯାଉଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ସଂଯୋଗ ନଥିବାରୁ ତାର ଛିଡ଼ି ଟ୍ରେନ୍‍ ଲାଇନ୍‍ ଉପରେ ପଡ଼ିଥିଲେ ମଧ୍ୟ କୌଣସି ବଡ଼ ଧରଣର କ୍ଷତି ଘଟି ନାହିଁ।

ଅଟକ ଥିବା ଟ୍ରେନ୍‍
ଅନୁଗୁଳ-ପୁରୀ ପାସେଞ୍ଜର ଭୁବନେଶ୍ୱରରେ ଅଟକି ରହିଥିବା ବେଳେ ଟାଟା-କାଚେଗୁଡ଼ା ସ୍ପେଶାଲ୍‍ ଟ୍ରେନ୍‍ ମଞ୍ଚେଶ୍ୱରରେ, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର ବାରଙ୍ଗରେ, ପୁରୀ-କଟକ ପାସେଞ୍ଜର ରେତଙ୍ଗରେ, ପଲାସା-କଟକ ପାସେଞ୍ଜର ଖୋର୍ଦ୍ଧା ରୋଡ୍‍ରେ, ତାଳଚେର-ପୁରୀ ପାସେଞ୍ଜର ମଞ୍ଚେଶ୍ୱରରେ, ସିକନ୍ଦରାବାଦ୍‍-ହାୱଡ଼ା ଫାଲୁକ୍‍ନାମା ଏକ୍ସପ୍ରେସ୍‍ ତାପଙ୍ଗରେ, ବାଙ୍ଗାଲୋର କାଣ୍ଟ-ଭୁବନେଶ୍ୱର ଏକ୍ସପ୍ରେସ ନିରାକାରପୁରରେ, ପୁରୀ-ସାନ୍ତ୍ରାଗାଞ୍ଚି ପାସେଞ୍ଜର ଡେଲାଙ୍ଗରେ, ପୁରୀ-ନୂଆଦିଲ୍ଲୀ ନନ୍ଦନକାନନ ଏକ୍ସପ୍ରେସ ପୁରୀରେ ଅଟକି ରହିଛି।
ବାତିଲ୍‍ ହୋଇଥିବା ଟ୍ରେନ୍‍
କଟକ-ପାରାଦୀପ-କଟକ ପାସେଞ୍ଜର ଏବଂ ଭଦକ୍ର-କଟକ ପାସେଞ୍ଜରକୁ ଦୁଇ ଦିଗରୁ ବାତିଲ୍‍ କରାଯାଇଥିବା ବେଳେ କଟକ-ପଲାସା-କଟକ ପାସେଞ୍ଜର କଟକ ବଦଳରେ ମଞ୍ଚେଶ୍ୱର ପର୍ଯ୍ୟନ୍ତ ଯିବ। କଟକ-ପୁରୀ ପାସେଞ୍ଜର କଟକ ବଦଳରେ ମଞ୍ଚେଶ୍ୱରରୁ ଛାଡ଼ିବ। ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ ପର୍ଯ୍ୟନ୍ତ ଯାଇ ଫେରି ଆସିବ। ବାଲୁଗାଁରେ ଅଟକିଥିବା ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଭୁବନେଶ୍ୱର ପର୍ଯ୍ୟନ୍ତ ଯିବ। ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ବାଲୁଗାଁ ଓ ବ୍ରହ୍ମପୁର ମଧ୍ୟରେ ବାତିଲ୍‍ ହୋଇଯାଇଛି। ପଲାସା-କଟକ ପାସେଞ୍ଜର ଓ କଟକ-ପୁରୀ ପାସେଞ୍ଜର କଟକ ଓ ମଞ୍ଚେଶ୍ୱର ମଧ୍ୟରେ ବାତିଲ୍‍ ହୋଇଛି। ଭୁବନେଶ୍ବର ଲିଙ୍ଗରାଜ ଷ୍ଟେସନ୍‌ ନିକଟରେ ରେଳ ଧାରଣା ଉପରେ ତାର ଛିଡ଼ି ପଡ଼ିଥିବାରୁ ଟ୍ରେନ୍‌ ଅଟକି ରହିଥିଲା। ଯାତ୍ରୀମାନେ ବାଧ୍ୟ ହୋଇ ଚାଲି ଚାଲି ଆସିଥିବା ଦେଖାଯାଉଥିଲା। ଧାରଣାରୁ ବିଦ୍ୟୁତ ତାର ହଟାଯିବା ପରେ ଅଟକି ରହିଥିବା ଟ୍ରେନ୍ ବିଳମ୍ବରେ ଚଳାଚଳ ଆରମ୍ଭ କରିଛି।

- Advertisement -

ସେହିପରି ଖରାପ ପାଗ ଯୋଗୁଁ ଦିଲ୍ଲୀରୁ ଆସୁଥିବା ଏକ ବିମାନ ଭୁବନେଶ୍ବର ଆନ୍ତର୍ଜାତିକ ବିମାନବନ୍ଦରରେ ଓହ୍ଲାଇ ନ ପାରି କୋଲକତା ଫେରି ଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories