www.samajalive.in
Monday, December 15, 2025
15.1 C
Bhubaneswar

ପାକିସ୍ତାନରେ ଟ୍ରେନ୍‌ ଅପହରଣ, ୧୨୦ ଯାତ୍ରୀ ପଣବନ୍ଦୀ ସୂଚନା

ଇସଲାମାବାଦ: ପାକିସ୍ତାନରେ ମଙ୍ଗଳବାର ଏକ ଟ୍ରେନ୍ ଅପହରଣ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ବେଲୁଚିସ୍ତାନର ମାଚ୍ ଅଞ୍ଚଳରେ କେତେକ ସଶସ୍ତ୍ର ବ୍ୟକ୍ତି କ୍ୱେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସ ଟ୍ରେନ୍ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀ ସଂଗଠନ ବେଲୁଚ ଲିବରେସନ ଆର୍ମୀ(ବିଏଲଏ) ଏହି ଆକ୍ରମଣ କରିଥିବା ଜଣାପଡ଼ିଛି। ଟ୍ରେନରେ ଯାତ୍ରା କରୁଥିବା ୧୨୦ ଜଣ ଯାତ୍ରୀଙ୍କୁ ପଣବନ୍ଦୀ ଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ରହିଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବେଲୁଚିସ୍ତାନ ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମରେ ଏହା ଦାବି କରାଯାଇଛି ଯେ, ଟ୍ରେନ ଅପହରଣ ସମୟରେ ସୁରକ୍ଷା ବାହିନୀ ଏବଂ ସଶସ୍ତ୍ର ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଟ୍ରେନର ଲୋକୋ ପାଇଲଟ ଆହତ ହୋଇଛନ୍ତି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories