www.samajalive.in
Sunday, December 14, 2025
14.1 C
Bhubaneswar

ରାଉରକେଲାରେ ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଯାତାୟତ ପ୍ରଭାବିତ

ରାଉରକେଲା: ରାଉରକେଲାରେ ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ବୁଧବାର ପ୍ଲାଟଫର୍ମ ନିକଟ ଏକ ବସ୍ତି ଭିତରକୁ ମାଲବାହୀ ଟ୍ରେନ ମାଡ଼ି ଯାଇଥିଲା। ଫଳରେ ଗୋଟିଏ ବଗିରୁ ଟ୍ରାକ ଖସିଯାଇଥିଲା। ଏହାଦ୍ୱାରା ଟ୍ରାକରେ ଯାତାୟତ ପ୍ରଭାବିତ ହୋଇଥିଲା। ରାଉରକେଲା ରେଲୱେ ଷ୍ଟେସନର ୫ ନମ୍ବର ପ୍ଲାଟଫର୍ମରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିଲା। କହିରଖୁଛୁ ମାଲଗୋଦାମ ବସ୍ତିକୁ ମାଲବାହୀ ଟ୍ରେନ୍ ମାଡ଼ିଯିବା ଘଟଣାରେ ୫ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ରାଉରକେଲା ରେଳ ଷ୍ଟେସନ ମ୍ୟାନେଜର ପି କେ ଦାସଙ୍କୁ ନିଲମ୍ବନ କରାଯାଇଛି। ଗତକାଲି ତାଙ୍କୁ ବଦଳି କରାଯାଇଥିଲା। ଦାସଙ୍କ ସମେତ ୫ ଜଣଙ୍କୁ ଡ୍ୟୁଟିରେ ଅବହେଳା ଅଭିଯୋଗରେ ନିଲମ୍ବିତ କରା ଯାଇଥିବା ସୂଚନା ମିଳିଛି । ରାଉରକେଲା ରେଳ ଷ୍ଟେସନ ମ୍ୟାନେଜର, ମାଲବାହୀ ଟ୍ରେନର ଡ୍ରାଇଭର, ଗାର୍ଡଙ୍କ ସମେତ ଓ୍ବାଗନ ସଟିଂ କରୁଥିବା କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଦକ୍ଷିଣ ପୂର୍ବ ରେଳବାଇ କର୍ତ୍ତୃପକ୍ଷ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories