www.samajalive.in
Sunday, December 14, 2025
14.1 C
Bhubaneswar

ନିଖିଳ ଓଡ଼ିଶା ଜୀବିକା ସଂଘ ପକ୍ଷରୁ ବିକ୍ଷୋଭ, ବିଡ଼ିଓଙ୍କୁ ଦାବିପତ୍ର

ସିମୁଳିଆ : ରାଜ୍ୟ ସରକାର ପକ୍ଷରୁ ରାଜ୍ୟରେ ଥିବା ମିଶନ ଶକ୍ତିରେ କାର୍ଯ୍ୟରତ ଥିବା ସମସ୍ତ ବିଭାଗର ଇସି ମାନଙ୍କୁ ହଟାଇ ପୁନର୍ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଥିବାରୁ ଆଜି ସିମୁଳିଆ ବ୍ଳକ ସମ୍ମୁଖରେ କାର୍ଯ୍ୟରତ ଇସି ସଭ୍ୟାମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସିମୁଳିଆ ବିଡିଓଙ୍କୁ ଦାବିପତ୍ର ଦେଇଥିବା ଜଣାଯାଇଛି । ସୁଚନାରୁ ପ୍ରକାଶ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ କରୁଥିବା ଇସି ସଭ୍ୟାମାନଙ୍କୁ ଛଟେଇ କରି ପୁନର୍ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ବିରୋଧ କରି ଏବଂ ସ୍ଥାୟୀ ନିଯୁକ୍ତି ଦାବି କରି ସିମୁଳିଆ ବ୍ଳକ ନିଖିଳ ଓଡ଼ିଶା ଜୀବିକା ମିଶନ ଶକ୍ତି ଇସି ସଂଘର ସଭାପତି ଲଷ୍ମୀପ୍ରିୟା ଦାସ ଓ କୋଷାଧ୍ୟକ୍ଷ ଶଙ୍କୁନ୍ତଳା ବେହେରାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଇସି ସଭ୍ୟାମାନେ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ୬ଦଫା ଦାବି ସମ୍ବଳିତ ଦାବିପତ୍ର ସିମୁଳିଆ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ଦାବି ନ ମାନିଲେ ଆସନ୍ତା ୧୩ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି  ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories