ହରଭଙ୍ଗା : ଗ୍ରୀଷ୍ମ ପ୍ରାରମ୍ଭରୁ ଅଧିକାଂଶ ପ୍ରାକୃତିକ ଜଳାଶୟ ସବୁ ଶୁଖିଲା ପଡିଲାଣି। ଆରମ୍ଭରୁ ଯେଉଁ ଭଳି ଭାବେ ଗ୍ରୀଷ୍ମ ତାତି ଅନୁଭୂତ ହେଲାଣି ତାହା ଆଗକୁ କେଉଁରୂପ ଧାରଣ କରିବ ତାହା ଜଳ ଜଳ ହୋଇ ଦେଖାଦେଲାଣି। ଏବେଠାରୁ ବିକଳ୍ପ ଚିନ୍ତା କରାନଗଲେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ଜୀବନ ଯାପନ ଦୁର୍ବିସହ ଆଶଙ୍କା ଦେଖାଦେଲାଣି । ବର୍ତ୍ତମାନର ଗ୍ରୀଷ୍ମ ତାତି ଏବଂ ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଗୁଣ୍ଡୁରୀସାହି ଗ୍ରାମର ସ୍ବେଛାସେବୀ ମାନେ ଏକ ନିଆରା ପଦକ୍ଷେପ ନେଇଛନ୍ତି। ନେହେରୁ ଯୁବ କେନ୍ଦ୍ରର ପୂର୍ବତନ କର୍ମକର୍ତ୍ତା ସୁଧିର ଦୀପଙ୍କ ତତ୍ୱାବଧାନରେ ଗ୍ରାମର ପିଲାମାନଙ୍କୁ ନେଇ ନିକଟସ୍ଥ ଖରଭୂଇଁ ମୁଣ୍ଡେଶ୍ୱର ଗ୍ରାମ୍ୟ ଜଙ୍ଗଲରେ ଗଛଗୁଡିକରେ ପକ୍ଷୀ ମାନଙ୍କ ପାଇଁ ଚଢେଇ ବସା କରିବା ସହ ପିଇବା ପାଇଁ ମାଟି କଳସୀରେ ପାଣି ରଖିଛନ୍ତି । ତେବେ ସ୍ବେଛାସେବୀଙ୍କ ଏହି ଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।




