www.samajalive.in
Sunday, December 7, 2025
26.1 C
Bhubaneswar

ଦେଖନ୍ତୁ ଭିଡ଼ିଓ: ରେଳ ଟ୍ରାକରେ ଫସିଗଲା କାର, ହଠାତ୍‌ ଆସିଗଲା ଟ୍ରେନ

ସମାଜ ଡିଜିଟାଲ ଡେସ୍କ: ରେଳ ଟ୍ରାକରେ ଅନେକ ସମୟରେ ଦୁର୍ଘଟଣା ଘଟିବାର ଦୃଶ୍ୟ ସାମ୍ନାକୁ ଆସିଥାଏ। ଅସାବଧାନତା ଯୋଗୁ ଦୁର୍ଘଟଣା ଘଟିଥାଏ। ଏମିତି ଏକ ଦୁର୍ଘଟଣାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଲେଭଲ କ୍ରସିଂ ଫାଟକ ପଡ଼ିବା ପୂର୍ବରୁ ଜଣେ କାର ଚାଳକ ଗାଡ଼ିକୁ ଅଟକାଉଛନ୍ତି। କିନ୍ତୁ ପଛରୁ ଆସୁଥିବା ଅନ୍ୟ ଏକ କାର ତାଙ୍କ ଗାଡ଼ିକୁ ଧକ୍କା ଦେବା ଫଳରେ ଗାଡ଼ିଟି ଆଗକୁ ଗଡ଼ି ଟ୍ରାକ ଉପରକୁ ଚାଲିଯାଉଛି। ତେଣୁ ଚାଳକ ଜଣକ ନିଜ କାରକୁ ପଛକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ମାତ୍ର ପଛରେ ଫାଟକ ପଡ଼ିଯିବାରୁ ଗାଡ଼ି ପଛକୁ ଯାଇପାରୁ ନାହିଁ। ସେଥିଲାଗି ଚାଳକ ଜଣକ ଫାଟକକୁ ପଛରୁ ଧକ୍କା ଦେଇ ଟ୍ରାକରୁ ବାହାରିବାକୁ ଚେଷ୍ଟା କରୁଛନ୍ତି। ହେଲେ ଗାଡ଼ିର ଚକ ଟ୍ରାକରେ ଫଶିଯାଉଛି। ଫଳରେ ଗାଡ଼ି ଆଗକୁ କିମ୍ବା ପଛକୁ ଯାଇପାରୁ ନାହିଁ। ଏହି ସମୟରେ ହଠାତ ଏକ ଟ୍ରେନ ଚାଲିଆସୁଛି। ଏଥିରେ ହଡ଼ବଡ଼େଇ ଯାଇ ଚାଳକ ଜଣକ ଜୀବନ ବଞ୍ଚାଇବା ଲାଗି କାରରୁ ବାହାରି ବାହାରକୁ ଚାଲିଆସୁଛନ୍ତି। ଟ୍ରେନଟି କାରକୁ ଧକ୍କା ଦେଉଛି ଏବଂ କାର ଚୂରମାର ହୋଇଯାଉଛି। ଆମେରିକାର ଉଟାହ ସହରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories