www.samajalive.in
Sunday, December 14, 2025
17.1 C
Bhubaneswar

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ୩ ମୃତ, ଶତାଧିକ ଆହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ପଠାଯାଇଛି। ପୂର୍ବତଟ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି କରାଯାଇଛି। ହେଲପଲାଇନ ନମ୍ବର ୦୬୭୪-୨୩୦୧୬୭୫ , ୨୩୦୧୫୨୫, ୨୩୦୩୦୬୯; ବିଶାଖାପାଟଣା ଷ୍ଟେସନ ନଂ: ୦୮୯୧ ୨୭୪୬୩୩୦, ୮୧୦୬୦୫୩୦୫୨ ଏବଂ ବିଶାଖାପାଟଣା କୋଚିଂ କ​‌​‌ଣ୍ଟ୍ରଲ ରୁମ-୮୯୭୮୦୮୦୯୩୯ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହି ରେଳ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥବାବେଳେ ଶତାଧିକ ଆହତ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।

ଇଷ୍ଟ କୋଷ୍ଟ ରେଲୱେ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ ପରେ କହିଛନ୍ତି ଯେ ପ୍ରାଥମିକ ଯାଞ୍ଚ ପରେ ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ୨ଟି ଯାତ୍ରୀବାହୀ ଟ୍ରେନ ଏବଂ ଗୋଟିଏ ମାଲବାହି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କିଛି ଯାତ୍ରୀ ମୃତାହତ ହୋଇଥିବାବେଳେ ଅନେକ ଗୁରୁତର ଅଛନ୍ତି। ସନ୍ଧ୍ୟା ପ୍ରାୟ ୭ଟାବେଳେ ରାୟଗଡ଼ା ପାସେଞ୍ଜର ରାୟଗଡ଼ା ଅଭିମୁଖେ ଯାଉଥିଲା। ପଲାସା ପାସେଞ୍ଜରକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ। ଫଳରେ ପଲାସାର ଗୋଟିଏ ବଗି ମେନ ଲାଇନରେ ପଡ଼ିବାରୁ ଦୁର୍ଘଟଣା। ଏହି ସମୟରେ ମେନ ଲାଇନରେ ଆସୁଥିଲା ଏକ ମାଲବାହୀ ଟ୍ରେନ। ମେନ ଲାଇନରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ। ଯାହାକୁ ବିପରିତ ଦିଗରୁ ଆସୁଥିବା ମାଲବାହୀ ଟ୍ରେନ ଧକ୍କା ଦେଇଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ଟିମ ରେଳ ବିଭାଗ ପଠଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଯାତ୍ରୀଙ୍କୁ ଉଦ୍ଧାର ପରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଛି।

- Advertisement -

ତେବେ ଏହି ରେଳ ଦୁର୍ଘଟଣାରେ କେତେଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହତ ହୋଇଛନ୍ତି ସେ ସମ୍ପର୍କରେ ତଦନ୍ତ ପରେ ଜଣାପଡ଼ି ଏବଂ ଗଣମାଧ୍ୟମ ସମେତ ସର୍ବସାଧାରଣରେ ସୂଚନା ଦିଆଯିବ ବୋଲି ଇଷ୍ଟକୋଷ୍ଟ ରେଲୱେ କର୍ତ୍ତୃପକ୍ଷ ସୂଚନାଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories