www.samajalive.in
Saturday, December 6, 2025
15.1 C
Bhubaneswar

ଖରାରୁ ବର୍ତ୍ତିବାକୁ ଟ୍ରାଫିକ୍ ପୁଲିସ ପିନ୍ଧିବେ ଏସି ହେଲମେଟ୍

ଭୁବନେଶ୍ୱର : ଟାଣ ଖରାରୁ ରକ୍ଷା ପାଇବା ପାଇଁ ପୁଲିସ କର୍ମଚାରୀ ପିନ୍ଧିବେ ଏସି ହେଲମେଟ୍‌। ଏହି ହେଲମେଟ ୬ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡକୁ ଥଣ୍ଡା ରଖିବ। ହେଲମେଟରେ ଲାଗିଛି ଏୟାର କୁଲର ମେସିନ। ବ୍ୟାଟେରି ସହ ସଂଯୋଗ ହୋଇଛି। ଭିତରେ ପଙ୍ଖା ବୁଲୁଛି। ତତଲା କଢ଼େଇରେ ସିଜୁଛି ଭୁବନେଶ୍ୱର। ଏହି ଟାଣ ଖରାରେ କାର୍ଯ୍ୟ ନିଭାଉଛନ୍ତି ଟ୍ରାଫିକ ପୁଲିସ। ବିଭିନ୍ନ ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ଛିଡା ହୋଇ ସହରର ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରୁଛନ୍ତି। ଏଭଳି ସ୍ଥିତିରେ ଖରା ଦାଉରୁ ରକ୍ଷା ପାଇବା ପାଇଁ ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡା ଏକ ଶୀତତାପ ନିୟନ୍ତ୍ରିତ (ଏସି) ହେଲମେଟ୍‌କୁ ପରୀକ୍ଷା ମୂଳକ ଭାବେ ଶୁଭାରମ୍ଭ କରିଛନ୍ତି। ଟ୍ରାଫିକ କର୍ମଚାରୀମାନେ ଏହାକୁ ପିନ୍ଧିଲେ ସେମାନଙ୍କ ମୁଣ୍ଡକୁ ଥଣ୍ଡା ଲାଗିବ। ଗୁଜରାଟ ପୁଲିସ ଏହି ହେଲମେଟ ବ୍ୟବହାର କରିବାରେ ସଫଳ ହୋଇଛି। ଏହି ହେଲମେଟ୍‌ ଯଦି ସଫଳ ହେବ ତେବେ ଆଗକୁ କଟକ ଭୁବନେଶ୍ୱରରେ ଡ୍ୟୁଟି କରୁଥିବା ସମସ୍ତ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ହେଲମେଟର ଦାମ ରହିଛି ୨୫ ହଜାର ଟଙ୍କା। ଥରେ ଚାର୍ଜ କଲେ ୬ ଘଣ୍ଟା ପର୍ଯ୍ୟନ୍ତ ଥଣ୍ଡା ରହିବ ବା ଏସି ଚାଲିବ। ୫୫ଡିଗ୍ରୀ ପର୍ଯ୍ୟନ୍ତ ତାତି ସହିବାର କ୍ଷମତା ରହିଛି। ବିଶେଷ କରି ଆଖି ପାଖରେ କାଚ ଲାଗି ଥିବାରୁ ଟାଣ ଖରା ଆଖି ଉପରେ ପ୍ରଭାବ ପକାଇବ ନାହିଁ। କିଛି ବର୍ଷ ପୂର୍ବେ ଖରାଦାଉରୁ ରକ୍ଷା ପାଇବା ପାଇଁ ଟ୍ରାଫିକ କର୍ମଚାରୀଙ୍କ ପାଇଁ କୁଲିଂ ଜ୍ୟାକେଟ ଯୋଜନା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇଗଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories