www.samajalive.in
Friday, December 5, 2025
20.1 C
Bhubaneswar

କଳିଙ୍ଗରେ କଣ୍ଟିନେଣ୍ଟାଲ୍ କମ୍ପନ

ଭୁବନେଶ୍ଵର : କଳିଙ୍ଗ ଷ୍ଟାଡିୟମ୍‌ରେ ଆଜି ଅନୁଷ୍ଠିତ ହେବ ବିଶ୍ବ ଦୌଡ଼କୁଦ କଣ୍ଟିନେଣ୍ଟାଲ ଟୁର୍‌(ବ୍ରୋଞ୍ଜ ) ସ୍ତରୀୟ ପ୍ରତିଯୋଗିତା। ୭ ବର୍ଷ ପରେ ଆୟୋଜିତ ହେବାକୁ ଯାଉଥିବା ଆଉ ଏକ ବିଶ୍ବସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମ୍‌ ପ୍ରସ୍ତୁତ। ବିଶ୍ବର ତାରକା ଆଥ୍‌ଲେଟ ଟ୍ରାକରେ ପଦକ ନେଇ ପ୍ରତିଦ୍ବନ୍ଦ୍ବିତାରେ ଅବତ୍ତୀର୍ଣ୍ଣ ହେବେ। ଭାରତୀୟ ଦୌଡ଼କୁଦ ସଂଘର ସହଯୋଗରେ ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏହି ପ୍ରତିଯୋଗିତାକୁ ସଫଳ ଆୟୋଜନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ଦେଶ ବିଦେଶର ଆଥଲେଟ୍‌ଙ୍କ ଗହଣରେ ଚଳଚଞ୍ଚଳ ହୋଇପଡ଼ିଛି କଳିଙ୍ଗ ଷ୍ଟାଡିୟମ୍‌। ଉକ୍ତ ପ୍ରତିଯୋଗିତାରୁ ବିଶ୍ବ ଦୌଡ଼କୁଦ ଚମ୍ପିଆନସିପ୍‌ ଯୋଗ୍ୟତା ହାସଲ କରିବାର ସୁଯୋଗ ରହିଥିବାରୁ ଆଥ୍‌ଲେ୍‌ଟମାନଙ୍କ ପାଇଁ ଏହା ଗୁରୁତ୍ବ ବହନ କରୁଛି।
ଏଥିରେ ଭାରତ ସମେତ ୧୭ଟି ଦେଶରୁ ୧୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ଭାରତରୁ ୯୭ଜଣ ଓ ଅବଶିଷ୍ଟ ୬୩ଜଣ ବିଦେଶୀ ଖେଳାଳି ରହିଛନ୍ତି। ପ୍ରତିଯୋଗିତା ପୁରୁଷ ବର୍ଗ ୧୦୦, ୨୦୦, ୪୦୦, ୮୦୦ ଓ ୫୦୦୦ ମିଟର ଦୌଡ଼, ଲଙ୍ଗଜମ୍ପ, ଟ୍ରିପଲ ଜମ୍ପ, ଜାଭେଲିନ ଥ୍ରୋ ଓ ୪ ଗୁଣା ୪୦୦ ମିଟର ରିଲେରେ ଆୟୋଜିତ ହେବ। ମହିଳା ବର୍ଗରେ ୧୦୦, ୨୦୦, ୪୦୦, ୮୦୦ ଓ ୧୫୦୦ ମିଟର ଦୌଡ଼, ୧୦୦ ମିଟର ବାଧାଦୌଡ଼, ଲଙ୍ଗଜମ୍ପ, ଜାଭେଲିନ ଥ୍ରୋ, ୪ଗୁଣା ୪୦୦ ମିଟର ରିଲେ, ମିଶ୍ରିତ ୪ଗୁଣା ୪୦୦ ମିଟର ରିଲେରେ ଅନୁଷ୍ଠିତ ହେବ। ପ୍ରତିଯୋଗିତାର ଆକର୍ଷଣ ଇଭେଣ୍ଟ ପୁରୁଷ ୧୦୦ ମିଟର ଦୌଡ଼ରେ ଓଡ଼ିଶାର ଲାଲୁ ପ୍ରସାଦ ଭୋଇ, ଓଡ଼ିଶା ଏଚ୍‌ପିସିର ଅନିମେଶ କୁଜୁରଙ୍କ ସହ ଗ୍ରେଟ୍‌ ବ୍ରିଟେନର ଡାନିଏଲ ଓଫିଆ, ଇରାକର ସୈଫ ରାଦ ଅବଦେଲ ୱାହେଦ, ମାଲେସିଆର ମହମ୍ମଦ ଅଜିମ ଫାହମି,ଡାନିସ ଇଫତିକାର, ମହମ୍ମଦ ରୋସଲେ, ନେପାଳର ଆଦେଶ କୁମାର ଯାଦବ, ପପୁଆ ନ୍ୟୁ ଗିନିର ଟୁନା ଟୋଭେକିନା ପ୍ରମୁଖ ରହିଛନ୍ତି। ମହିଳା ୧୦୦ ମିଟର ଦୌଡ଼ରେ ଓଡ଼ିଶାର ଶ୍ରାବଣୀ ନନ୍ଦ, ମାଲେସିଆର ନୂରଐସା ରୋଫିନା, ଆଲିଙ୍ଗ ଜୈଦାତୁଲ୍ଲା ହୁସେନ ଜୁଲକିଫି ପ୍ରମୁଖ ରହିଛନ୍ତି। ଜାଭେଲିନ ଥ୍ରୋ’ରେ ଯୁଗଳ ଅଲିମ୍ପିକ୍‌ସ ପଦକ ବିଜେତା ନୀରଜ ଚୋପ୍ରା ଓ ଓଡ଼ିଶାର ତାରକା ଆଥ୍‌ଲେଟ୍‌ କିଶୋର କୁମାର ଜେନା ଭାଗ ନେଉନାହାନ୍ତି। ଉକ୍ତ ବର୍ଗରେ ଭାରତର ବିକ୍ରାନ୍ତ ମଲ୍ଲିକ, ଶଶାଙ୍କ ପାଟିଲ, ଶିବମ ଲୋକାହାରେ, ସଚିନ ଯାଦବ, ଯଶବୀର ସିଂହ, ରୋହିତ ଯାଦବ, ବିକାଶ ଶର୍ମା ଏବଂ ଆୟର୍ଲାଣ୍ଡର ଅଲ୍ଲୀ ଫାଥି ଗନ୍‌ଜି, ନେପାଳର ରୋହିତ ଚୌଧୁରୀ, ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପଥିରାଗେ, ସୁମେଧ ରଣସିଂହେଙ୍କ ମଧ୍ୟରେ ମୁକାବିଲା ହେବ। ପ୍ରତିଯୋଗିତାରେ ଓଡ଼ିଶାରୁ ୪ ଖେଳାଳି ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରଶାନ୍ତି ସାହୁ, ଶ୍ରାବଣୀ ନନ୍ଦ ଓ ଓଡ଼ିଶା ରିଲାଏନ୍ସ ଦୌଡ଼କୁଦ ଉତ୍କର୍ଷ କେନ୍ଦ୍ରର ଅନିମେଶ କୁଜୁର ଅଂଶଗ୍ରହଣ କରିବେ। ଶ୍ରାବଣୀ ମହିଳା ୧୦୦ ମିଟର ଦୌଡ଼, ଲାଲୁ ପ୍ରସାଦ ୧୦୦ ଓ ୨୦୦ ମିଟର ଦୌଡ଼, ପ୍ରଜ୍ଞା ପ୍ରଶାନ୍ତି ସାହୁ ୧୦୦ ମିଟର ବାଧାଦୌଡ଼ରେ ଅଂଶଗ୍ରହଣ କରିବେ। ସେହିପରି ଓଡ଼ିଶା ରିଲାଏନ୍ସ ଦୌଡ଼କୁଦ ଉତ୍କର୍ଷ କେନ୍ଦ୍ରରୁ ଅନିମେଶ ୧୦୦ ଓ ୨୦୦ ମିଟର ଦୌଡ଼ରେ ଅଂଶଗ୍ରହଣ କରିବେ। ଘରୋଇ ଦର୍ଶକଙ୍କ ଗହଣରେ ଖେଳିବାକୁ ଥିବା ଅନିମେଶ, ଶ୍ରାବଣୀ, ଲାଲୁ ଓ ପ୍ରଜ୍ଞାଙ୍କ ଉପରେ ନଜର ରହିବ। ପ୍ରତିଯୋଗିତା ଦେଖିବା ଲାଗି ଦର୍ଶକମାନଙ୍କ ଲାଗି ଦେୟମୁକ୍ତ ପ୍ରବେଶର ସୁବିଧା ରହିଛି ବୋଲି ଓଡ଼ିଶା ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଯୋଗିତା ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟା ୪୦ରୁ ୮ଟା ୫୫ ମିନିଟ୍‌ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ କେବଳ ପୁରୁଷ ଓ ମହିଳା ୪୦୦ ମିଟର ଦୌଡ଼, ପୁରୁଷ ଓ ମହିଳା ୧୦୦ ମିଟର ଦୌଡ଼ ଓ ପୁରୁଷ ୨୦୦ ମିଟର ଦୌଡ଼ ହିଟ୍ସ ଅନୁଷ୍ଠିତ ହେବ। ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆୟୋଜିତ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories