www.samajalive.in
Sunday, December 14, 2025
17.1 C
Bhubaneswar

ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ୱାରା ୨ କୋଟି ୧୩ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦଘାଟିତ

ମୋହନା : ପାହାଡ଼ ପର୍ବତ ଘେରା ସବୁଜ ବନାନୀର ଗନ୍ତାଘର ହେଉଛି ଗଜପତି ଜିଲ୍ଲା। ଏଠି ଭରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ଶୀତଦିନ ଆଗମନରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ପିକନିକ୍ ଓ ମଜା  କରିବାପାଇଁ ଚାଲି ଆସନ୍ତି ଗଜପତି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ। ସେଥିମଧ୍ୟରୁ ମୋହନା ବ୍ଳକର ଜିରାଙ୍ଗ ନିକଟସ୍ଥ ବୁଦ୍ଧ ମନ୍ଦିର, ପଦ୍ମସମ୍ଭବ ସାଗର ଓ ଖସଡ଼ା ଅନ୍ୟତମ। ଏହି ସ୍ଥାନଗୁଡିକରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ଓଡ଼ିଶାର ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଦିନିକିଆ ମୋହନା ବ୍ଲକ ଗ୍ରସ୍ତରେ ଆସି ଉଦଘାଟନ କରିଛନ୍ତି।
ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପର୍ଯ୍ୟଟନ ବିଭାଗ ଦ୍ୱାରା ୩୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ଖସଡ଼ା ଜଳପ୍ରପାତର ପିକନିକ ପିଣ୍ଡି ,୨୫ ଲକ୍ଷ ଟଙ୍କାରେ ହରଭଙ୍ଗି ଡ୍ୟାମରେ ଶୌଚାଳୟ ଓ ଦର୍ଶକ ଗ୍ୟାଲେରୀ, ଜିରାଙ୍ଗ ବୌଦ୍ଧ ମନ୍ଦିର ପରିସରରେ ରହିଥିବା ଫୁଡ୍ ପାର୍କ ପାଇଁ ୧ କୋଟି ଓ କୁଞ୍ଚିବନ୍ଧ(ପିଆନୋ କି ୱ୍ୱେଲ) ପାଇଁ ୫୨ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମନ୍ତ୍ରୀ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ଅଧକ୍ଷା ଅନୀତା ରାଣୀ ବେହେରା, ଜିଲ୍ଲାପାଳ ଅନୁପମ ସାହା, ଭାରପ୍ରାପ୍ତ ବିଡିଓ ପ୍ରଦୀପ କୁମାର ନାୟକ, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ ନାୟକ,ବ୍ଳକ୍ ଅଧକ୍ଷା ସୁକୀ ଶବର,ଛେଳିଗଡ଼ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ନଗେନ୍ଦ୍ରନାଥ ମହାରଣା, ବ୍ଳକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟଙ୍କ ସମେତ ବ୍ଳକ୍ କର୍ମଚାରୀ ଓ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories