www.samajalive.in
Monday, December 15, 2025
14.1 C
Bhubaneswar

ତାଲିବାନର ମଙ୍ଗ ଧରିଛନ୍ତି ୭ ନେତା

କାବୁଲ : ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିଥିବାବେଳେ ସଂଗଠନର ପ୍ରମୁଖ ନେତାମାନେ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଆମେରିକାର ଦୀର୍ଘ ୨୦ବର୍ଷର ସାମରିକ କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ତାଲିବାନକୁ କ୍ଷମତାକୁ ଫେରାଇ ଆଣିଥିବା ନେତାମାନେ ହେଲେ ମୁଲ୍ଲା ହୈବାତୁଲ୍ଲା ଅଖୁନ୍ଦଜାଦା। ଅଖୁନ୍ଦଜାଦା ଏବେ ତାଲିବାନର ସର୍ବୋଚ୍ଚ ନେତା। ପୂର୍ବରୁ ମଧ୍ୟ ସେ ତାଲିବାନ ସଂଗଠନରେ ଧାର୍ମିକ ନେତା ଭାବେ କାର୍ଯ୍ୟ କରିଥିଲେ। ପୂର୍ବତନ ତାଲିବାନ ମୁଖ୍ୟ ମୁଲ୍ଲା ମନସୌର ଅଖତର ମହମ୍ମଦ ମନସୁର ଆମେରିକାର ଡ୍ରୋନ ଆକ୍ରମଣରେ ପ୍ରାଣ ହରାଇବା ପରେ ୨୦୧୬ରେ ତାକୁ ସର୍ବୋଚ୍ଚ ନେତା ନିଯୁକ୍ତ କରାଯାଇଥିଲା। ସେ ତାଲିବାନର ନୀତି ନିର୍ଦ୍ଧାରଣ କମିଟିର ନେତୃତ୍ବ ନେଇଥାନ୍ତି । ତାଲିବାନର ଦ୍ବିତୀୟ ସର୍ବୋଚ୍ଚ ନେତା ହେଉଛନ୍ତି ମୁଲ୍ଲା ଅବଦୁଲ ଘନି ବରାଦର। ସେ ତାଲିବାନ ସଂଗଠନର ରାଜନୈତିକ ଶାଖାର ନେତୃତ୍ବ ନେଇଥାନ୍ତି । ତାଲିବାନର ବିଭିନ୍ନ ଶାନ୍ତି କଥାବାର୍ତ୍ତା ଲାଗି ସେ ଯୋଗାଯୋଗ କରିଥାନ୍ତି। ଆମେରିକାର ଅନୁରୋଧ କ୍ରମେ ବରାଦରକୁ ତିନିବର୍ଷ ପୂର୍ବେ ପାକିସ୍ତାନ କାରାଗାରରୁ ମୁକ୍ତ କରାଯାଇଥିଲା। ତାଲିବାନର ଅନ୍ୟତମ ନେତା ହେଉଛନ୍ତି ଜାବିହୁଲ୍ଲା ମୁଜାହିଦ୍। ସେ ତାଲିବାନ ସଂଗଠନ ପକ୍ଷରୁ ବିଶ୍ବକୁ ସୂଚନା ପ୍ରଦାନ କରିଥାନ୍ତି। ମଙ୍ଗଳବାର ସେ ଆଫଗାନିସ୍ତାନ ଗଣମାଧ୍ୟମ ଓ ସୂଚନା କେନ୍ଦ୍ରର ନିର୍ଦେଶକ ଭାବେ ତାଲିବାନର ଆଭିମୁଖ୍ୟ ବାବଦରେ କହିଥିଲେ। ସିରାଜୁଦ୍ଦିନ ହକାନି ମଧ୍ୟ ତାଲିବାନ ସଂଗଠନର ଅନ୍ୟତମ ଉପ ମୁଖ୍ୟ ନେତା। ସେ ହକାନି ନେଟୱର୍କର ନେତୃତ୍ବ ନେଇଥାଏ। ଆମେରିକା ତାକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ସହିତ ତା’ର ମୁଣ୍ଡ ପାଇଁ ୫ନିୟୁତ ଡଲାର ପୁରସ୍କାର ଘୋଷଣା କରିଛି। ସେ ସୋଭିଏତ୍ ବିରୋଧୀ ଜିହାଦ କମାଣ୍ଡର ଜଲାଲୁଦ୍ଦିନ ହକାନିର ପୁଅ। ସଂଗଠନର ଅନ୍ୟ ନେତା ହେଲେ ଅବଦୁଲ ହାକିମ୍ ହକାନି। ସେ ଅଖୁନ୍ଦଜାଦାଙ୍କର ଘନିଷ୍ଠ ସହଯୋଗୀ। ତାଲିବାନ ସଂଗଠନର ସହଯୋଗୀ ସଂଗଠନ ମଧ୍ୟରେ ସେ ଯୋଗସୂତ୍ରକାରୀ ଭାବେ କାର୍ଯ୍ୟ କରନ୍ତି। ୨୦୦୧ରୁ ସେ ପାକିସ୍ତାନ ​‌େ​‌କ୍ବଟାରେ ଏକ ମଦ୍ରାସା ଚଳାଇଆସୁଛନ୍ତି। ମହମ୍ମଦ ୟାକୁବ ମଧ୍ୟ ତାଲିବାନ ସଂଗଠନର ଅନ୍ୟତମ ପ୍ରମୁଖ ନେତା। ସେ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ। ହସିବୁଲ୍ଲା ଷ୍ଟାନିକଜାଇ ମଧ୍ୟ ତାଲିବାନର ଅନ୍ୟତମ ପ୍ରମୁଖ ନେତା। ସେ ତାଲିବାନର ଲୋଗାର ପ୍ରାଦେଶିକ ପରିଷଦର ନେତା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories