www.samajalive.in
Saturday, December 6, 2025
15.1 C
Bhubaneswar

ରାଜ୍ୟ ରାଜନୀତିରେ ଚଳିତ ମାସ ଗୁରୁତ୍ବପୂର୍ଣ୍ଣ: ତୋମାର

ଭୁବନେଶ୍ୱର : ମୋହନ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କିଛି ମାସ ହେଲା ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଶୀଘ୍ର ଏଥିରେ ଯବନିକା ପଡ଼ିବାକୁ ଯାଉଛି। ବୋର୍ଡ, ନିଗମ ବଣ୍ଟନ ନିଷ୍ପତ୍ତି ଉପରେ ମଧ୍ୟ ମୋହର ବାଜିବା ନେଇ ସମ୍ଭାବନା ଦେଖାଦେଇଛି। ଚଳିତ ମାସରେ କ୍ୟାବିନେଟରେ ଅଦଳବଦଳ ଦେଖିବାକୁ ମିଳିବ ବୋଲି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର କହିଛନ୍ତି। ଗଣମାଧ୍ୟମକୁ ଶ୍ରୀ ତୋମାର କହିଛନ୍ତି,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ବର୍ଷକ ମଧ୍ୟରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ସର୍ବାଧିକ ଆସିଛନ୍ତି। ସେ ଯେତେବେଳେ ବି ଆସନ୍ତି, କିଛି ନା କିଛି ନୂଆ ଦେଖିବାକୁ ମିଳିଥାଏ। ତେଣୁ ଏହି ମାସରେ ବହୁ କିଛି ହେବାକୁ ଯାଉଛି ବୋଲି ଶ୍ରୀ ତୋମାର କହିଛନ୍ତି। ଦୁଇ ଦିନ ତଳେ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ ଯେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ଠିକ୍ ସମୟରେ ନିଷ୍ପତ୍ତି ନିଆଯିବ। ମୋହନ ଚରଣ ମାଝୀଙ୍କ ସରକାର ୧୪ ମାସ ପୂରଣ କରିଥିବା ବେଳେ ୬ଟି ମନ୍ତ୍ରୀପଦ ଖାଲି ରହିଛି। କିଛି ମନ୍ତ୍ରୀଙ୍କ ପ୍ରଦର୍ଶନ ଭଲ ନଥିବାରୁ ସେମାନଙ୍କ ବିଭାଗରେ ଏପଟ ସେପଟ କରାଯିବା ସମ୍ଭାବନା ଅଛି। ଦଳର କିଛି ପ୍ରଭାବଶାଳୀ ବିଧାୟକ ମନ୍ତ୍ରୀପଦ ପାଇଁ ଲବି ଚଳାଇଛନ୍ତି। ସେହିପରି ନିଗମ, ବୋର୍ଡରେ ଦଳୀୟ ନେତାଙ୍କ ଥଇଥାନ ପାଇଁ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବେଶ୍ କିଛି ମାସ ହେଲା ରାଜ୍ୟ ସଭାପତି ଓ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ କେନ୍ଦ୍ର ନେତୃତ୍ବଙ୍କ ସହ ଆଲୋଚନା ଚଳାଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ/ବୋର୍ଡ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories