Patra electronics

ଏହି ରାଶିର ଲୋକଙ୍କୁ ବ୍ୟବସାୟରେ ଲାଭ ମିଳିବା ସହ ଆର୍ଥିକ ସଙ୍କଟ ଦୂର ହେବ

ମେଷ: କର୍ମ ଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳିପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ତେଜସ୍ବୀ ଓ ଧର୍ମପରାୟଣ ହେବେ।

ବୃଷ: ଉଦାର ଚରିତ ସମ୍ପନ୍ନ ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳ ପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ୍ ହେବେ।

ମିଥୁନ: ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କଠାରୁ ଆଦର ସମ୍ମାନ ମିଳିପାରେ। ସର୍ବତ୍ର ବିଜୟୀ ହେବେ।

କର୍କଟ:ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁର ଭାଷା, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟା ପ୍ରେମୀ ହୋଇପାରନ୍ତି। ସ୍ତ୍ରୀ ବିଳାସୀ ହେବେ। ମିତ୍ର ସୁଖ ମିଳିବ। ବ୍ୟବସାୟରୁ ଧନଲାଭର ସୂଚନା ରହିଛି।

ସିଂହ: ଆୟ ଆଶାନୁରୂପ ହେବ। ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁଙ୍କ ଦ୍ବାରା ବିଶେଷ ଉପକୃତ ହେବେ।

କନ୍ୟା:ଥଣ୍ଡା-କଫରେ ଆକ୍ରାନ୍ତ ହୋଇ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। କେତେକ କାର୍ଯ୍ୟରେ ବିଘ୍ନ ଉପିଜିପାରେ। ଧାର୍ମିକ ପ୍ରବୃତିର ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। କ୍ରୋଧ ସମ୍ବରଣ କରିବାକୁ ପଡ଼ିବ।

ତୁଳା: ଆୟୁଷ୍ମାନ୍ ହେବେ। ଯଶସ୍ବୀ ହୋଇପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। କର୍ମ ଚଞ୍ଚଳ ରହିବେ। ସରକାରୀସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୁଯୋଗ ଅଛି। କରିତ୍‌କର୍ମା ହେବେ।

ବିଛା: ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ।  ଦୟାଦ୍ରଚିତ୍ତ ହେବା ଆଶା କରାଯାଏ। ବ୍ୟବସାୟ ଭଲରେ ଚାଲିବ। ଯଶ ଅର୍ଜନ କରିପାରନ୍ତି। ନିଜ ପରିବାର ପ୍ରତି ସ୍ନେହଶ୍ରଦ୍ଧା ରହିବ।

ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧି ପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ ଓ ସାହସୀ ହୋଇପାରନ୍ତି।  ଉଦ୍ୟୋଗୀ ହେବେ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ।

ମକର: ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସହଜ ସାଧ୍ୟ କାର୍ଯ୍ୟ କଷ୍ଟଦାୟକ ହୋଇପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ରହିବାକୁ ପଡ଼ିବ।

କୁମ୍ଭ: ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସମାଜ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ମନରେ ଥିବା ଅହଂ ଭାବକୁ ବିସର୍ଜନ ଦେଇପାରନ୍ତି। ଜିଞ୍ଜାସୁ ଓ ପ୍ରଶ୍ନିଳ ମନୋଭାବ ହେତୁ ବୁଦ୍ଧିଜୀବୀରେ ପରିଣତ ହେବେ।

ମୀନ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

Comments are closed.