Patra electronics

ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ, ଆର୍ଥିକ ସମସ୍ୟା ଦୂର ହେବ

ମେଷ: କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ବିନୟ ସ୍ବଭାବସମ୍ପନ୍ନ ହେବେ। ସନ୍ତାନ ଲାଳସୀ ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି।
ବୃଷ: ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣସମ୍ପଦଯୁକ୍ତ ହେବାର ସୂଚନା ମିଳୁଛି। ରାଜପୂଜିତ ହେବେ; ମାତ୍ର କୌଣସି କାରଣରୁ ସୁଖଦା ପତ୍ନୀଙ୍କ ବିରାଗ ଭାଜନ ହୋଇପାରନ୍ତି।
ମିଥୁନ: ଧନବାନ୍‌ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ସାମୟିକ ଭାବେ ଅନଟନର ଶିକାର ହେବାର ସୂଚନା ମିଳୁଛି। କେତେକ କାରଣରୁ ବିବାଦଶୀଳ ହୋଇପାରନ୍ତି।
କର୍କଟ: ଦ୍ବିଜ, ଦେବତାଙ୍କ ଆତିଥ୍ୟ ପାଇଁ ଧନ ବ୍ୟୟ କରିପାରନ୍ତି। ଯଜ୍ଞ କର୍ମ ଏବଂ ଧର୍ମକ୍ରିୟା ପାଇଁ ସାଧୁମାନଙ୍କ ପରାମର୍ଶରେ ଉଚିତ୍‌ମାର୍ଗରେ ଧନ ବ୍ୟୟ କରିବେ। ବେଳେବେଳେ କଠିନ ସ୍ବଭାବ ସମ୍ପନ୍ନ ହେବେ।
ସିଂହ: ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ପାଇ ଖୁସି ମନାଇ ପାରନ୍ତି। ଜଣେ କାର୍ଯ୍ୟ ଦକ୍ଷ ବ୍ୟକ୍ତିଭାବେ ବିଭିନ୍ନ ସ୍ତରରୁ ପ୍ରଶଂସା ପ୍ରାପ୍ତ ହେବେ। ରାଜ ସମ୍ମାନରେ ସମ୍ମାନିତ ହେବେ। ମନ ପ୍ରସନ୍ନ ରହିବ। କାର୍ଯ୍ୟରେ ସଫଳ ହେବେ।
କନ୍ୟା:ଉଚ୍ଚ ମାନ୍ୟତା ପ୍ରାପ୍ତ ହେବେ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ପରସ୍ପର ସ୍ନେହାନୁବନ୍ଧିତ ହୋଇ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି।
ତୁଳା: ବିଦ୍ୟାରୂପକ ମହାଧନ ଅର୍ଜନରେ ବ୍ରତୀ ହୋଇପାରନ୍ତି। ସନ୍ତାନ ସୁଖ ମିଳିବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବକ୍ତବ୍ୟ ହୃଦୟସ୍ପର୍ଶୀ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଯାନବାହନ ଚଳାଚଳରେ ଢେର ସତର୍କତାର ଆବଶ୍ୟକତା ରହିଛି। ବାକ୍‌ ସଂଯମୀ ହେଲେ ସମସ୍ତଙ୍କର ପ୍ରିୟପାତ୍ର ହେବେ।
ଧନୁ: ଶାସ୍ତ୍ର ବିହୀନ ମନ୍ତବ୍ୟ ପ୍ରକାଶ କଲେ ନିନ୍ଦା ଶୁଣିବାର ସମ୍ଭାବନା ଅଛି। କୌଣସି ଏକ ନିର୍ଦିଷ୍ଟ କାରଣରୁ ଯାହା ଆପଣଙ୍କ ବ୍ୟତୀତ ଆଉ କାହାକୁ ଅଗୋଚର ନୁହେଁ। ମନରେ ମହାଭୟର ସଞ୍ଚାର ହେବ।
ମକର: ଶତ୍ରୁ ସହିତ ମୁକାବିଲା ହୋଇପାରେ। ଋଣଦାତାଙ୍କୁ ଉଚିତ୍‌ ସମ୍ମାନ ଦେବାକୁ ପଡ଼ିବ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।
କୁମ୍ଭ: ବହୁ ସୁଖର ଅଧିକାରୀ ହୋଇପାରନ୍ତି। ଦ୍ବିଜ, ଦେବତା ଓ ସାଧୁମାନଙ୍କଠାରୁ ହାସଲ କରିଥିବା ବିଦ୍ୟାର ଗୁଣବତ୍ତାକୁ ପାଥେୟ କରିବାକୁ ପଡ଼ିବ। ଅନଟନ ରହିବ ନାହିଁ। କ୍ରୋଧଯୁକ୍ତ ଓ ନମ୍ରତା ଉଭୟ ଗୁଣର ହେବେ।
ମୀନ: ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହୋଇପାରନ୍ତି। କଠିନ ପରିଶ୍ରମୀ ହେବେ। ଅପ୍ରିୟ ସତ୍ୟ କହି କେତେକ କ୍ଷେତ୍ରରେ ସ୍ବାର୍ଥନ୍ବେଷୀଙ୍କ ବିରାଗଭାଜନ ହୋଇପାରନ୍ତି। ଲେଖାର ଶୈଳୀ ଓ ଭାଷା ମାର୍ଜିତ ହେବ।

Comments are closed.