www.samajalive.in
Tuesday, December 9, 2025
15.1 C
Bhubaneswar

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ବୁଧବାର ରାଶିଫଳ

ମେଷ: ଜୀବନରେ ଜିଇ ରହିବା ପାଇଁ ପ୍ରଦୂଷଣମୁକ୍ତ ଗୃହ ଓ ଆହର ପାଇଁ ନିଜ କ୍ଷେତରୁ ଉତ୍ପାଦିତ ଶସ୍ୟ ଆମଦାନୀ ଉପରେ ଗୁରୁତ୍ବ ଦେବେ। ଯାତାୟାତ ପାଇଁ ଯନ୍ତ୍ରଚାଳିତ ଯାନର ଯତ୍ନ ନେବେ।
ବୃଷ: ପରିଶ୍ରମର ଫଳ ସ୍ବରୂପ ଧନଧାନ୍ୟ ଓ ଅର୍ଥକରି ବ୍ୟବସାୟରୁ ଆର୍ଥିକ ଲାଭ କରିପାରନ୍ତି। ଭଗବତ କୃପା ଲାଭ କରି ଅସୁସ୍ଥତାରୁ ଆରୋଗ୍ୟ ହେବେ। ଦୃଢ଼ ଇଚ୍ଛା ଶକ୍ତି ବଳରେ ସର୍ବତ୍ର ବିଜୟୀ ହେବେ।
ମିଥୁନ: ଆପଣଙ୍କ ତ୍ୟାଗପୂତ ମନୋବୃତ୍ତିର ପୁରସ୍କାର ସ୍ବଚ୍ଛତା ଜନତା ଦରବାରରୁ ଆର୍ଥିକ ଅନୁଦାନ ପ୍ରାପ୍ତ ହେବେ। ମତିମାନ୍‌ ବ୍ୟକ୍ତିଭାବେ ଓ କର୍ମଚଞ୍ଚଳ ହେତୁ କୀର୍ତ୍ତିଶାଳୀ, ସହିଷ୍ଣୁ ଓ ପ୍ରଫୁଲ୍ଲ ହୃଦୟଯୁକ୍ତ ହେବେ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେତୁ ନବ ବସ୍ତ୍ର ଓ ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ବିଭିନ୍ନ ସ୍ତରରୁ ହତାଦାରଜନିତ ଆୟ ବୃଦ୍ଧିର ସୂଚନା ମିଳୁଛି। ଆପଣଙ୍କ ଜନ୍ମ ଉତ୍ସବରେ ପତ୍ନୀ ସହଭାଗୀ ହେବେ।
ସିଂହ: କର୍ମଚଞ୍ଚଳ ରହିବେ। ରାଜଯୋଗ ଥିବାରୁ ଜ୍ଞାନ ବିତରକ ଭାବେ ନିଜକୁ ଉତ୍ସର୍ଗ କରି ଦୁଃଖୀ, ରଙ୍କୀଙ୍କ ସେବାରେ ନିୟୋଜିତ ହେବେ। ସାହସୀ ବ୍ୟକ୍ତିଭାବେ ଜୀବନକୁ ଗରିମାମୟ କରିପାରନ୍ତି। ବ୍ୟୟ ବୃଦ୍ଧି ହେବ।
କନ୍ୟା : ଦୈବୀ ଶକ୍ତିସମ୍ପନ୍ନ କନ୍ୟା ରତ୍ନକୁ ଶିକ୍ଷା, ଦୀକ୍ଷା ତଥା ପରୋପକାରରେ ବ୍ରତୀ କରାଇ ନିଜକୁ ଧନ୍ୟ ମନେ କରିପାରନ୍ତି। ବିଭାଗୀୟ ସମ୍ମାନ ଓ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ଲକ୍ଷ୍ୟସ୍ଥଳରେ ଉପନୀତ ହେବେ।
ତୁଳା: ଦୟାଧର୍ମରେ ଦୀକ୍ଷିତ ହୋଇ ପ୍ରାଣୀ ଜଗତର ହର୍ତ୍ତା, କର୍ତ୍ତା ହୋଇପାରନ୍ତି। ଉଦ୍‌ଭାଷିତ ଆପଣଙ୍କ ଗୁଣାବଳୀ ଅନ୍ଧବିଶ୍ବାସୀଙ୍କ ପଥ ପ୍ରଦର୍ଶକ ହେବ। ପାରିବାରିକ ଜୀବନ ଆନନ୍ଦଦାୟକ ହେବ।
ବିଛା: ବିଭୁ କୃପା ଲାଭ କରିଥିବାରୁ ପାରିବାରିକ ଜୀବନ କୁସୁମିତ ହେବ। ଅପରୂପ ଶୋଭାସମ୍ପନ୍ନ ଅବୟବର ଅଧିକାରୀ ହୋଇପାରନ୍ତି। ସୌଭାଗ୍ୟର ସୂଚନା ହେଲା ବାଣିଜ୍ୟ କାରବାରରେ ଲକ୍ଷ୍ମୀ ଆଗମନର କାରଣ ହେବ।
ଧନୁ: ବିପଦଜନିତ ପରିସ୍ଥୁିତିର ମୁକାବିଲା ପାଇଁ ଆଗୁଆ ସତର୍କ ହେବାକୁ ପଡ଼ିବ। ଧର୍ଯ୍ୟ ଓ ସାହସର ସହିତ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ସୁସ୍ଥତା ଅନୁଭବ ହେଲେ ବି ମନ ପ୍ରଫୁଲ୍ଲ ରହିବ।
ମକର : ସେବକ ମନୋଭାବର ହେଲେ କାଳଜୟୀ ହେବା ଅସମ୍ଭବ ନୁହେଁ। ସରକାରୀ ଅନୁଦାନ ପାଇ ସେବାର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି। ପତ୍ନୀ ସହାୟିକା ହେଲେ ସେବାରେ ଜନକଲ୍ୟାଣ ଲାଭ କରିବେ।
କୁମ୍ଭ: ଜଣେ କୁଳ ଉଜ୍ଜ୍ବଳକାରୀ ବ୍ୟକ୍ତିଭାବେ ପ୍ରତ୍ୟେକ କାର୍ଯ୍ୟରେ ଧେର୍ଯ୍ୟବାନ୍‌ ହେବେ। ସମ୍ପଦରେ ଅଧୀର ହେବେ ନାହିଁ କି ବିପଦରେ କାତର ହେବେ ନାହିଁ। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଭଗବତ ପ୍ରେମୀ ହେବେ।
ମୀନ: ଯତ୍ନ, ଅଧ୍ୟବସାୟ, ଉଦ୍ୟମ ବଳରେ ଧନ ଅର୍ଜନ କରି ଆର୍ଥିକ ସଙ୍କଟରୁ ମୁକ୍ତ ହେବେ। ପତ୍ନୀଙ୍କ ଅସୁସ୍ଥତାକୁ ଉପଲବ୍ଧି କରି କଠିନ କାର୍ଯ୍ୟରୁ ତାଙ୍କୁ ବିରତ କରି ନିଜେ କାର୍ଯ୍ୟନିର୍ବାହୀ ହୋଇପାରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories