ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ

ମେଷ: ଜଣେ ନିଷ୍ପାପ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଗୌରବାନ୍ବିତ ହେବେ। ପ୍ରଜ୍ଞାଶୀଳ ବ୍ୟକ୍ତିମାନଙ୍କଠାରେ ଅନୁରକ୍ତି ରହିବ। ନାନା ବିଭବରେ ମଣ୍ଡିତ ହେବେ। ଅନୁଗତଙ୍କର ପୂଜ୍ୟ ହେବେ। କର୍ମଠ ହେବେ।
ବୃଷ: ଧର୍ମ ଧାରଣାରେ ନିଜକୁ ହଜାଇ ଦେଇପାରନ୍ତି। ସନ୍ମାର୍ଗୀ ହେବେ। ମନୋଜ୍ଞ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରଭୁତା ବିସ୍ତାର କରିପାରନ୍ତି। ସଦା ପ୍ରସନ୍ନ ରହିବେ। ସନ୍ତାନସନ୍ତତି ସ୍ନେହୀ ହେବେ।
ମିଥୁନ: ଏପରି କାର୍ଯ୍ୟ ନ କରନ୍ତୁ ଯେଉଁଥି ପାଇଁ ପ୍ରଭାବହୀନର ଅବସ୍ଥା ଭୋଗୀବାକୁ ପଡ଼ିବ। ନିକୃଷ୍ଟ ସଙ୍ଗ ପରିତ୍ୟାଗ କରିବାକୁ ପଡ଼ିବ। କୁଶଳୀ ହେବାର ସୂଚନା ମିଳୁଛି। ପାପ କାର୍ଯ୍ୟ ନ କରିବା ଭଲ।
କର୍କଟ:ଦୁଶ୍ଚରିତ୍ରମାନଙ୍କଠାରୁ ନିଜକୁ ଦୂରେଇ ରଖିଲେ ପୁଣ୍ୟକର୍ମା ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ। କଠିନ ହୃଦୟ ସହଜରେ ତରଳିବାର ସୂଚନା ମିଳୁ ନାହଁି। ପାରିବାରିକ ଅଶାନ୍ତି ଉପୁଜିପାରେ।
ସିଂହ: ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିବାକୁ ବାଧ୍ୟ ହେବେ। ଭ୍ରାତୃ ଓ ପରିବାର ସ୍ନେହୀ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସେବା ଯୋଗାଇବେ।
କନ୍ୟା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିବେ। ହଠାତ୍ କିଛି ଧନ ପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ ଓ ତେଜସ୍ବୀ ହେବେ।
ତୁଳା: ରୂପବାନ୍ ହୋଇପାରନ୍ତି। ବେଳେବେଳେ ଚିନ୍ତାଗ୍ରସ୍ତ ହେବେ। ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହୋଇପାରନ୍ତି। ମିଷ୍ଟଭାଷା ଓ କୋମଳ ହୃଦୟସମ୍ପନ୍ନ ହେବେ। ଭାଗ୍ୟବାନ୍ ଓ ବନ୍ଧୁପ୍ରେମୀ ହେବେ।
ବିଛା: ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ମହାନୁଭବୋ ହୋଇପାରନ୍ତି। ଶାସ୍ତ୍ରାନୁରକ୍ତ ହେବେ। ବିଧିବିଧାନ ପ୍ରତି ଲୟ ରଖିବେ। ପ୍ରିୟ ଭାଷୀ ଓ ଯାନବାହନଯୁକ୍ତ ହେବେ। ସାହସୀ ଓ କର୍ତ୍ତବ୍ୟପରାୟଣ ହେବେ।
ଧନୁ:ସୁନ୍ଦର ଓ କୋମଳ ଶରୀରଯୁକ୍ତ ହେବେ। ପାପ କାର୍ଯ୍ୟ ପ୍ରତି ଭୟ ରହିବ। ସତ୍ୟବାଦୀ ଓ ଭ୍ରମଣଶୀଳ ହୋଇପାରନ୍ତି। ମିତବ୍ୟୟୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟବାନ୍ ଓ ସମ୍ପତ୍ତିବାନ୍ ହେବେ।
ମକର: ସ୍ବାଭିମାନୀ ହେବେ। ଧନବାନ୍ ଓ ମୁରବି ହୋଇପାରନ୍ତି। ସ୍ବାଦିଷ୍ଟ ଭୋଜନରେ ଆପ୍ୟାୟିତ ହେବେ। ସତ୍ୟବାଦୀ ଓ ବିଳାସପ୍ରେମୀ ହୋଇପାରନ୍ତି। ପାପ ଗ୍ରହଗୁଡ଼ିକର କୁପ୍ରଭାବକୁ ନାଶ କରିପାରନ୍ତି। କୁମ୍ଭ: ମିତବ୍ୟୟୀ ହେବେ। ବ୍ୟସନ ରହିତ ଓ ପରୋପକାରୀ ହେବେ। ଗୁଢ଼ ବିଦ୍ୟାଯୁକ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ପରକଥାକୁ ଗୁରୁତ୍ବ ନ ଦେଇ ନିଜ ଜ୍ଞାନ ବଳରେ କାର୍ଯ୍ୟ କଲେ ଭଲ। ସୁସ୍ଥ ରହିବେ।
ମୀନ: ନିଜ କୁଳ ପୋଷକ ହେବେ। ସମଚିନ୍ତକ ହୋଇପାରନ୍ତି। ଶତ୍ରୁନାଶକ ଓ ଯଶସ୍ବୀ ହେବେ। ଲେଖାଲେଖିରେ କୃତିତ୍ବ ଅର୍ଜନ କରିବେ। ବିଭାଗୀୟ ସ୍ତରରୁ ଅର୍ଥ ସହ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କରିତ୍କର୍ମା ହେବେ।
Comments are closed.