www.samajalive.in
Monday, December 15, 2025
14.1 C
Bhubaneswar

ବଡଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି; ବିନା ଭକ୍ତରେ ଆଜି ଘୋଷଯାତ୍ରା

ପୁରୀ: ଆଜି ସାରା ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନ ପବିତ୍ର ଘୋଷଯାତ୍ରା ଅବସରରେ ବଡଦାଣ୍ଡରେ ବିଜେ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟ ଅନୁଯାୟୀ ନୀତି ନିର୍ଘଣ୍ଟ ଶେଷହେବା ପରେ ମହାପ୍ରଭୁଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପ୍ରଥା ଅନୁଯାୟୀ ପ୍ରଭୁ ଶ୍ରୀ ସୁଦର୍ଶନ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ ବିଜେ କରିବା ପେରେ ବଡଭାଇ ବଳଭଦ୍ର ତାଳଧ୍ୱଜରେ ଏବଂ ଦେବୀ ସୁଭଦ୍ରା ଦେବଦଳନ ରଥରେ ବିଜେ କରିଥିଲେ। ପରେ ଟାହିଆ ହଲାଇ ହଲାଇ କଳାଠାକୁର ଶ୍ରୀ ଜଗନ୍ନାଥ ଧାଡି ପହଣ୍ଡିରେ ବଡଦାଣ୍ଡକୁ ଓହ୍ଲାଇଥିଲେ। ତେବେ କୋଭିଡ-୧୯ ମହାମାରୀ କାରଣରୁ ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀ ଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ବିନା ଭକ୍ତରେ ଆୟୋଜିତ ହେଉଛି। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଭକ୍ତମାନେ ମହାପ୍ରଭୁଙ୍କୁ ବଡଦାଣ୍ଡରେ ଅତି ନିକଟରୁ ଦେଖିବାରୁ ବଂଚିତ ହୋଇଛନ୍ତି। ଅବଶ୍ୟ ଭକ୍ତମାନଙ୍କୁ ଏହି ବିରଳ ମୁହୂର୍ତ୍ତ ଭକ୍ତମାନଙ୍କ ନିକଟକୁ ଆଣିବା ପାଇଁ ଏହାର ଇଲେକଟ୍ରୋନିକ ଗଣମାଧ୍ୟମଗୁଡିକରେ ସିଧା ପ୍ରସାରଣ କରାଯାଉଛି।
ଚଳିତ ବର୍ଷର ରଥଯାତ୍ରା ପାଇଁ ପୁରୀ ସହରରେ ରବିବାର ରାତିରୁ କର୍ଫ୍ୟୁ ଜାରି କରାଯାଇଛି। ତାହା ପୂର୍ବରୁ ସହରରେ ଥିବା ସମସ୍ତ ହୋଟେଲ ଓ ଲଜିଂ ଆଦି ପ୍ରଶାସନ ପକ୍ଷରୁ ଖାଲି କରିଦିଆଯାଇଥିଲା। ସହରବାସୀଙ୍କୁ ମଧ୍ୟ ନିଜ ଘରେ ରହି ମହାପ୍ରଭୁଙ୍କୁ ଭକ୍ତିଅର୍ଘ୍ୟ ଅର୍ପଣ କରିବାକୁ ପରାମର୍ଶ ଦିଆଯାଇଛି। ପୁଲିସ ଓ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଗତବର୍ଷ କୋଭିଡ ମହାମାରୀ କାରଣରୁ ଗଜପତି ମହରାଜା ଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ରଥରେ ଛେରାପହଁରା କାର୍ଯ୍ୟରୁ ବିରତ ରହିଥିବାବେଳେ ଚଳିତ ବର୍ଷ ସେହି ମହାନ ସେବା ସଂପାଦନ କରିବାକୁ ନିଜେ ପୂର୍ବରୁ ପ୍ରକାଶ କରିଥିଲେ। ଏଥିସହିତ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ କୋଭିଡ କଟକଣା ପାଳନ କରି ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଗୋବର୍ଦ୍ଧନ ପୀଠାଧୀଶ ପରମପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରାଯାଇଥିଲା। ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେବାୟତ ଏବଂ ପୁଲିସମାନେ ମହାପ୍ରଭୁଙ୍କର ତିନି ରଥକୁ ଟାଣିବେ।

ପବିତ୍ର ଘୋଷଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories