www.samajalive.in
Friday, December 5, 2025
20.1 C
Bhubaneswar

ଆଜି ଜାତୀୟ ଯୁବଦିବସ, ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ସ୍ୱାମୀ ବିବେକାନନ୍ଦ ସମଗ୍ର ମାନବଜାତି ଓ ବିଶେଷ କରି ଯୁବ ସମାଜ ପ୍ରତି ପ୍ରେରଣାର ଉତ୍ସ ଥିଲେ ଓ ଭାରତର ଆଧ୍ୟାତ୍ମିକ ଐତିହ୍ୟକୁ ପୁନଃ ଜାଗ୍ରତ କରାଇ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ। ରାଷ୍ଟ୍ରପତି କହିଛନ୍ତି, ସ୍ୱାମୀ ବିବେକାନନ୍ଦଙ୍କର ବାଣୀଗୁଡ଼ିକ ଆମକୁ ସର୍ବଦା ଅନୁପ୍ରାଣିତ କରିଚାଲିଥିବ।


ଉପରାଷ୍ଟ୍ରପତି ଏମ୍‍. ଭେଙ୍କେୟା ନାଇଡୁ କହିଛନ୍ତି ସ୍ୱାମୀଜୀ ଅଦ୍ଭୂତପୂର୍ବ ବୁଦ୍ଧିମତାର ଅଧିକାରୀ ଥିଲେ ଓ ଜଣେ ବିଶିଷ୍ଟ ବକ୍ତା ଏବଂ ପ୍ରକୃତ ରାଷ୍ଟ୍ରବାଦୀ ଥିଲେ। ସେ କହିଛନ୍ତି ସାର୍ବଜନୀନ ଭ୍ରାତୃଭାବର ସ୍ୱାମିଜୀଙ୍କର ବାଣୀ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ସର୍ବଦା ପଥ ପ୍ରଦର୍ଶନ କରିଆସୁଛି। ଶ୍ରୀ ନାଇଡୁ କହିଛନ୍ତି ସ୍ୱାମୀ ବିବେକାନନ୍ଦ ସମାଜର ମଙ୍ଗଳ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିଲେ ଓ ତାଙ୍କର ବାଣୀଗୁଡ଼ିକ ସମସ୍ତଙ୍କୁ ଦିଗ୍‍ଦର୍ଶନ ଦେଇଆସୁଛି। ଶ୍ରୀ ନାଇଡୁ କହିଛନ୍ତି ହିନ୍ଦୁ ଧର୍ମ, ଭାରତ ଓ ଏହାର ସମୃଦ୍ଧ ସଂସ୍କୃତି ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ତାଙ୍କର ଭୂମିକା ପାଇଁ ସ୍ୱାମୀ ବିବେକାନନ୍ଦ ଚିର ସ୍ମରଣୀୟ ହୋଇ ରହିବେ। ଜାତୀୟ ଯୁବଦିବସ ଅବସରରେ ସ୍ୱାମୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହେବାକୁ ଯୁବସମାଜକୁ ଆହ୍ୱାନ ଦେଇ ଏକ ନବଭାରତର ଗଠନ ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସ୍ୱାମୀ ବିବେକାନନ୍ଦ ତାଙ୍କର କାର୍ଯ୍ୟ ଓ ଚିନ୍ତାଧାରା ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ସର୍ବୋତ୍କୃଷ୍ଟ ଦୃଷ୍ଟାନ୍ତ ଦେଇଯାଇଛନ୍ତି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories