nua o banner

ଆଇପିଏଲ୍‌ ମହାସମର: ଆଜି ପଞ୍ଜାବ କିଙ୍ଗସ୍‌-ସନରାଇଜର୍ସ ହାଇଦ୍ରାବାଦ ଟକ୍କର

BSKY banner  750×100

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସୋମବାର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍‌ ବିଜୟୀ ହୋଇଛି । କୋଲକାତା ନାଇଟ୍‌ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରିଛି । ପ୍ରାରମ୍ଭିକ ବ୍ୟାଟିଂ ସଫଳତା ସତ୍ତେ୍ୱ ସିଏସକେର ବୋଲର ନିୟମିତ ୱିକେଟ୍‌ ନେଇ କେକେଆରର ରନ୍‌ ସଂଗ୍ରହ ଉପରେ ଅଙ୍କୁଶ ଲଗାଇଥିଲେ । ଫଳରେ ୨୦ ଓଭର ଶେଷରେ କେକେଆର ୯ ୱିକେଟରେ ମାତ୍ର ୧୩୭ ରନ୍‌ କରିପାରିଥିଲା । ଋତୁରାଜ ଗାଏକୱାର୍ଡଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୧୪ ବଲ୍‌ ବାକି ଥାଇ ୩ ୱିକେଟ୍‌ ହରାଇ ସିଏସକେ ଜିତିଥିଲା । ସିଏସକେ ୫ମ ମ୍ୟାଚରେ ୩ୟ ବିଜୟ ହାସଲ କରିଛି । ୩ଟି ଯାକ ବ୍ୟାଚ୍‌ ସିଏସକେ ଘରୋଇ ପଡିଆରେ ଜିତିଛି । କେକେଆର୍‌ ୪ର୍ଥ ମ୍ୟାଚରେ ପ୍ରଥମ ପରାଜୟ ଭୋଗିଛି । ସେପଟେ ଆଜି ପଞ୍ଜାବ କିଙ୍ଗସ୍ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ରହିଛି ।

Comments are closed.