କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ସୋମବାର ରାଶିଫଳ

ମେଷ: ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବୁଦ୍ଧିମାନ୍‌ ହେବେ। ମଣି-ଭୂଷଣାଦିଯୁକ୍ତ ହୋଇପାରନ୍ତି। ପରୋପକାରୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ।
ବୃଷ: ସର୍ବୋଚ୍ଚ ଆସନରେ ଆସୀନ ହୋଇପାରନ୍ତି। ଗୁଣବାନ୍‌ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ସଂଗ୍ରାମୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ବହୁ ଭାଷୀ ହୋଇପାରନ୍ତି। ଭାଇଙ୍କ ସହ ମୂର୍ଖଭଳି ବ୍ୟବହାର କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅସୁସ୍ଥତାରୁ ଉପସମ ହେବେ। ବାସଗୃହର ନବୀକରଣ କରିପାରନ୍ତି। ବନ୍ଧୁ ସହାୟତା ମିଳିବ।

କର୍କଟ: ବିବିଧ ଧନଯୁକ୍ତ ହେବେ। ତ୍ୟାଗୀ ହେବେ। କର୍ମଚଞ୍ଚଳ ରହିବେ। ଶତ୍ରୁ ନାଶ, ଧନଭୋଗ, ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ହୀରା, ମୁକ୍ତା ଆଦି ରତ୍ନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇପାରେ।
ସିଂହ: ଆୟ ଆଶାନୁରୂପ ହେବ। ଦାମ୍ପତ୍ୟ ସୁଖ ମିଳିବ। ସୁଷମ ଖାଦ୍ୟରୁ ବଞ୍ଚିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁମାନେ ଶତ୍ରୁତାରୁ ନିବୃତ୍ତ ରହିପାରନ୍ତି। ସୁଖୀ ରହିବେ।
କନ୍ୟା: କର୍ମଚଞ୍ଚଳ ରହିବେ। ଗୁଣଜ୍ଞ ହେବେ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପ୍ରେମପୂର୍ଣ୍ଣ ବାକ୍‌ ଚାତୁରୀରେ ପରକୁ ଆପଣାର କରିପାରନ୍ତି। ଶତ୍ରୁମାନେ ପଶ୍ଚାତପଦ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।
ତୁଳା: ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମ ଉପରେ ଗୁରୁତ୍ବ ଦେଇ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
ବିଛା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଧନ ଅର୍ଜନରେ ପାରଙ୍ଗମ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶତ୍ରୁ ନାଶ, ଧନ ଭୋଗ, ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। କର୍ମପ୍ରବର ହେବେ।
ଧନୁ: ଧନବାନ୍‌ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ମହତ୍‌ ପ୍ରୟାସୀ ହୋଇପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସୁଖୀ ହେବେ।
ମକର: ଖୁବ୍‌ ଭାବିଚିନ୍ତି କାର୍ଯ୍ୟ କରିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପ୍ରତିଶୋଧ ପରାୟଣ ମନୋବୃତ୍ତିର ହେବେ। ଆର୍ଥିକ ସ୍ଥିତିରେ ଦୁର୍ବଳତା ଦେଖା ଦେବ। ଆଘାତପ୍ରାପ୍ତ ହେବେ।
କୁମ୍ଭ: ଆଜି ଏପରି ଗୋଟିଏ ଦିନ ଯାହା ଆପଣଙ୍କ ପାଇଁ ସ୍ବଚ୍ଛ ଓ ନିର୍ମଳ ଭାବଧାରାର ହେବ। ଆକାଂକ୍ଷିତ କାର୍ଯ୍ୟର ଶୀର୍ଷରେ ଉପନୀତ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ।
ମୀନ: ଶତ୍ରୁ ନାଶ କରି ମାନସିକ ସୁଖ, ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିଭିନ୍ନ ସ୍ତରରୁ ଧନାଗମ ହେବ। ସଦାଚାରୀ ହେବେ।

Comments are closed.