www.samajalive.in
Saturday, December 6, 2025
16.1 C
Bhubaneswar

ସରିଲା ବଜେଟ୍ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ବଜେଟ୍ ଅଧିବେଶନ।  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କ​‌ରିଛନ୍ତି ବାଚସ୍ପତି। ୩ଟି କାର୍ଯ୍ୟଦିବସ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ଗତ ବୁଧବାର ଅଧିବେଶନର ସବୁଠୁ ଲମ୍ବା ସମୟ ଥିଲା। ବୁଧବାର ସକାଳ ୧୦ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଗୁରୁବାର ସକାଳ ୭ଟା ୫ ମିନିଟ୍ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିଥିଲା। ଭୋର୍ ପ୍ରାୟ ୪ଟା ୩୫ ମିନିଟରେ ବିଧାନସଭାରେ ଓଡିଶା ବିଶ୍ଵ ବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ ହୋଇଛି। ଏହା ଉପରେ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଚର୍ଚ୍ଚା ହୋଇଥିଲା। ବିଲ୍ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଘମାଘୋ ଟ ଆଲୋଚନା ହୋଇଥିଲା । ବିଧେୟକର ୧୮ଟି ସଂଶୋଧନ ପ୍ରସ୍ତାବରୁ ବିଜେଡି ୧୨ଟିକୁ ବିରୋଧ କରିଥିଲା। ଶେଷରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କ ଉତ୍ତର ପରେ ଶାସକ ଦଳର ସଂଖ୍ୟା ଆଧାରରେ ବିଲ୍ ଗୃହୀତ ହୋଇଛି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ୨୦୨୪ରେ ଯେଉଁ ବିଲ୍ ଅଣାଯାଇଛି ତାହା ୧୯୮୯ ବିଲକୁ ସଂଶୋଧନ କରାଯାଇଛି ।  ବିଲ୍ ର ବୈଧତା କଣ ଅଛି ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ଆଲୋଚନା ହେବ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories